ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଉତ୍କଳ ଦିବସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଉତ୍କଳ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ। ଆଜିର କାର୍ଯ୍ୟକ୍ରମ ପ୍ରମୁଖ ଥିଲେ ବନଶ୍ରୀ ଦାଶ। ନୂଆଶିକ୍ଷାବର୍ଷର ଆରମ୍ଭ ଆଜିର ଦିନରୁ ତେଣୁ ଯଜ୍ଞର ଆୟୋଜନ କରାଯାଇଥିଲା। ସଂସ୍କତ ଗୁରୁଜୀ ଆୟସକାନ୍ତ ପତି ହୋମ ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଶିଶୁ ଭାଇଭଉଣୀ ଜୟରାମ ସାହୁ ଏବଂଶ୍ରୀ ଶିବ ପ୍ରଧାନଙ୍କ ସହଯୋଗରେ। ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୂରଧା ମଧୁବାବୁ, ଗୋପବନ୍ଧୁ ଦାସ ଫକୀରମୋହନ ସେନାପତି, ରାଜା କୃଷ୍ଣଚନ୍ଦ୍ର ଗଜପତି ଏମିତି କିଛି ଜଣଙ୍କ ପୂଜାର୍ଚନା ହୋଇଥିଲା ଶିଶୁଙ୍କ ମାଧ୍ୟମରେ। ମୁଖ୍ୟବକ୍ତା ଥିଲେ ବରିଷ୍ଠ ଗୁରୁମା ସ୍ଵାଗତିକା ପାଳ ଏବଂ ସେ ଆଜିର ଦିବସକୁ ନେଇ ବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷୀୟ ଅଭିଭାଷଣରେ ଉତ୍କଳ ପ୍ରଦେଶ ଗଠନ ତଥା ବର୍ତ୍ତମାନ ପରିସ୍ଥିତରେ ଆମେ ଓଡ଼ିଆ ଭାଷାର ଗୁରୁତ୍ୱ କେତେ ଦେଉଛୁ ଓ ଭାଷା ପ୍ରତି ଅବହେଳା ଯେପରି ନ ହେଉ ସେଥି ପ୍ରତି ଦୃଷ୍ଟି ଦେବା କିପରି ଏହି ବିଷୟରେ କଥା ରଖିଥଲେ ପ୍ରାଧନାଚାର୍ଯ୍ୟ। ମଞ୍ଚପରିଚାଳିତ ହୋଇଥିଲା ଅନିତା ପଣ୍ଡାଙ୍କ ଦ୍ୱାରା। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରମୋଦିନୀ ମହାରଣା। ବୌଦ୍ଧିକ ବ୍ୟବସ୍ଥା, ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ସହଯୋଗରେ ବହୁତ ସୁନ୍ଦର ଭାବରେ ପ୍ରତିପାଦନ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.