ଡୁଡୁକେଲ ମହାଭାରତ ମହା ପାରାୟଣ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମର ମହାଭାରତ ମହା ପାରାୟଣ ମହାଯଜ୍ଞ ପାଇଁ ଆଜି (ବୁଧବାର) କଳସ ଯାତ୍ରା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ଗୋଲାମୁଣ୍ଡା ସ୍ଥିତ ଶିବମନ୍ଦିର ପୋଖରୀରୁ ପାଣି ଉଠେଇ ଡୁଡୁକେଲ ମହାଭାରତ ପଡିଆ ପର୍ଯ୍ୟନ୍ତ ପ୍ରାୟ ୬ କିମି ଦୂର ଶତାଧିକ ମହିଳା ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ। ଏହି ମହା ଯଜ୍ଞ ଆସନ୍ତାକାଲି (ଗୁରୁବାର) ଠାରୁ ଏକମାସ ଧରି ରୀତି କାନ୍ତିରେ ଚାଲିବ। ଏହି ଯଜ୍ଞରେ କର୍ତ୍ତା ଭାବେ ଶଳ ସୁବାଷ ବଗର୍ତ୍ତି ଓ ତାଙ୍କ ଧର୍ମ ପତ୍ନୀ ମଦନା ବଗର୍ତ୍ତି, ମୁଖ୍ୟ ପୂଜକ ଗୌତମ ଯୋଶୀ ଥିବାବେଳେ ଗୋବର୍ଦ୍ଧନ ମିଶ୍ର (ସୋନପୁର ଜିଲ୍ଲା) ବ୍ୟାସ ଆସନ ଅଳଙ୍କୃତ କରିବେ ବୋଲି ଆୟୋଜକ କମିଟିର ସଭାପତି ଗିରିଧାରୀ ତେଜୀ ପ୍ରକାଶ କରିଛନ୍ତି। ଏହି ମହା କଳସ ଯାତ୍ରାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଯଜ୍ଞ କମିଟିର ସଂପାଦକ ପରୀକ୍ଷିତ ଖର୍ସେଲ, ଧର୍ମଗଡ ବ୍ଳକ ଯାଦବ ସଭାପତି ଶଙ୍କର ଯୁଆଡ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ମାନଝରି ସରପଞ୍ଚ ଜଗୁଜିବନ୍ ଅଘ୍ରୀଆ, ସମିତି ସଭ୍ୟ ପ୍ରତିନିଧି ସୁବାସ ନାଏକ, ନାରାୟଣ ଅଘ୍ରୀଆ, ସାଧୁ ବଗର୍ତ୍ତି, ତିଲେଶ୍ୱର୍ ଘି ସହିତ ଗ୍ରାମବାସୀ ଓ ଅନେକ ସାଧୁ ସନ୍ଥ ଯୋଗଦେଇଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.