ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଯୁରାବନ୍ଧ ଗାଁ ଖେଳ ପଡ଼ିଆରେ ବିଏମସିସି ଆନୁକୂଲ୍ୟରେ ଆୟୋଜିତ ୩ୟ ବର୍ଷ ଦ୍ୱାରୁ ନାଗ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଉଦଯାପନୀ ମ୍ୟାଚରେ ତୁଷ୍ଟାପାଲିକୁ ହରାଇ ଟିକ୍ରାପଡ଼ା ଦଳ ଚମ୍ପିୟାନ ହୋଇଥିଲା | ଟିକ୍ରାପଡ଼ା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪ ଉଇକେଟ ହରାଇ ୯୧ ରନ କରିଥିଲେ | ପରେ ତୁଷ୍ଟାପାଲି ଦଳ ୬ ଓଭରରେ ୩ ଉଇକେଟ ହରାଇ ୮୬ ରନ କରିଥିଲେ | ଗୋକୁଳ ଭୁଏ, ଜିହୁଦା ନନ୍ଦ ଖେଳ ପରିଚାଳନା କରିଥିଲେ | ସୁନୀଲ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ | ବିଏମସିସି ସଭାପତି ହରିବନ୍ଧୁ ସୁନାନୀଙ୍କ ଅଧ୍ୟକ୍ଷତା, ଉପସଭାପତି ରାମ ଆଡ଼ସୁଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖ୍ୟ ଅତିଥି, ସାମାଜିକ କର୍ମୀ ସତ୍ୟନାରାୟଣ ରାଜପଲିଆ, ୱାର୍ଡ଼ ସଭ୍ୟା ଲୀଳାବତୀ ବରିହା, ବରିଷ୍ଠ ବିଜେପି ନେତା ପୁରନ୍ଦର ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ଟିକ୍ରାପଡ଼ାର ଶକ୍ତି ମଲ୍ଲିକ ‘ମେନ ଅଫ ଦ ସିରିଜ’ ଭାବେ ପୁରସ୍କୃତ ହୋଇଥିଲେ | ଶେଷରେ ଜୟକାନ୍ତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ | ସନ୍ତୋଷ ଭୋଇ, ଆକାଶ ଷାଣ୍ଢ, ଲୋଚନ ନାଗ, ଟିଟୁ ନାଗ, ଆନନ୍ଦ ମଲ୍ଲିକ, ମଣ୍ଟୁ ନାଗ, ପିଣ୍ଟୁ ନାଗ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |





