ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସମାଲ ଗ୍ରାମରେ ଗୁରୁବାର ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେବ।ଏଥିପାଇଁ ବୁଧବାର କଳସ ଶୋଭାଯାତ୍ରା ଓ ଅଧିବାସ କାର୍ଯ୍ୟ ସମାପନ ହୋଇଛି।ପ୍ରହରୀ ମଣ୍ଡପ ନିକଟରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବୁଡ଼ାବନ୍ଧ ପୋଖରୀ ଠାରେ ପହଞ୍ଚିଥିଲେ। ସେଠାରେ ପଣ୍ଡିତ ତ୍ରାହିକର ମିଶ୍ର ପୂଜାର୍ଚ୍ଚନା କରିବା ପରେ ପୂଜା କର୍ତ୍ତା ଭାବେ ମନୋଜ କୁମାର ନାଗ ସହଧର୍ମିଣୀ ହରିପ୍ରିୟା ନାଗ ପ୍ରଥମେ ପୂର୍ଣ୍ଣଜଳ କଳସ ଉଠାଣ କରିଥିଲେ।ଏହା ପରେ ଅନ୍ୟମାନେ ଜଳ ଉଠାଣ କରିଥିଲେ। ସେଠାରୁ ସଂକୀର୍ତ୍ତନ ଦଳ ଓ ଘଣ୍ଟ, ଶଙ୍ଖର ଧ୍ୱନିରେ ବିରାଟ ଶୋଭାଯାତ୍ରାରେ ଆସି ନଗର ପରିକ୍ରମା କରି ପ୍ରହରୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରି କଳସ ସ୍ଥାପନ କରିଥିଲେ। ଏହି ନାମଯଜ୍ଞ ଟି ଅପ୍ରେଲ ୨ ଓ ୩ ତାରିଖ ଦୁଇ ଦିନ ଧରି ନାମ ସଂକୀର୍ତନ ଚାଲିବ।୪ତାରିଖରେ ନାମ ସମାପନ ସହ ନଗର ପରିକ୍ରମା, ଦହିହାଣ୍ଡି ଭଗ୍ନ ଆଦି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ନାମଯଜ୍ଞ ସଂକୀର୍ତ୍ତନ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ (ଅନ୍ନଛତ୍ର) ମଧ୍ୟ ବ୍ୟବସ୍ଥା କରାଯାଇଛି।କଳସ ଯାତ୍ରାରେ ସଭାପତି ହୀରାଲାଲ ନାଗ, ଉପ ସଭାପତି ଭୀମସେନ ନାଗ, ସମ୍ପାଦକ ଟିକେଶ୍ୱର ବାଗ, ସହ ସମ୍ପାଦକ ଦିଗାମ୍ବର ନାଗ, କୋଷାଧ୍ୟକ୍ଷ ସୁଦର୍ଶନ ହଂସ, ବ୍ରଜରାଜ ନାଏକ, ଯୁଗଳ କିଶୋର ନାଗ, ନିରଞ୍ଜନ ବାଗ, ପଦ୍ମମୁଖ ପୁଝାରୀ, ବୈଦ ମାଝୀ, ନୃପରାଜ ମାଝୀ, ଗଜାନନ ବାଗ, ଗଜେନ୍ଦ୍ର ନାଏକ, ମାୟାଧର ପୁଝାରୀ, ସୁରେନ୍ଦ୍ର ନାଗ, ତ୍ରିବେନ୍ଦ୍ରମ ନାଗ ସମେତ ସାରସମାଲ ଗ୍ରାମବାସୀ କଳସ ଯାତ୍ରାରେ ସାମିଲ ହୋଇଥିଲେ।ଏହି ନାମ ଯଜ୍ଞରେ ନାମଯଜ୍ଞ କମିଟି ସହ ସାରସମାଲ ଗ୍ରାମବାସୀ ସହଯୋଗ କରୁଛନ୍ତି।





