ସୁବର୍ଣ୍ଣପୁରରେ କ୍ୟାନ୍ସର୍ ଚିହ୍ନଟ ଓ ସଚେତନତା ଶିବିର

ସୋନପୁର,୩୦/୮ : ସ୍ଥାନୀୟ ଅଗ୍ରସେନ ଭବନ (ମାରୱାଡି ଧର୍ମଶାଳା) ଭଗବତୀ ପ୍ଲଟ ଠାରେ ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚ ସହଯୋଗରେ ମାରୱାଡି ଯୁବା ମଞ୍ଚ ସୋନପୁର ଶାଖା ପକ୍ଷରୁ ଆଜି ଏକ କ୍ୟାନ୍ସର୍ ଚିହ୍ନଟ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଅଗ୍ରସେନ ଭବନ (ମାରୱାଡି ଧର୍ମଶାଳା) ଭଗବତୀ ପ୍ଲଟଠାରେ ଆୟୋଜିତ ଶିବିରକୁ ଜିଲାପାଳ ମୋନିଷା ବାନାର୍ଜୀ ଉଦଘାଟନ କରିବା ସହ କ୍ୟାନ୍ସର୍ ରୋଗ ଭଳି ଏକ ମାରାତ୍ମକରୋଗର ମାଗଣା ଚିହ୍ନଟ ପ୍ରକ୍ରୀୟା ଜିଲାରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଆରମ୍ଭରୁ ଏହି ରୋଗ ଚିହ୍ନଟ ହେଲେ ଚିକିତ୍ସା ସୁବିଧା ସହଜ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ, ଭେଷଜ ବିଶେଷଜ୍ଞ ତଥା କ୍ୟାନ୍ସର୍ ରୋଗ ସମ୍ପକୟଙ୍କର ସ୍ୱତନ୍ତ୍ର ତାଲିମ ପାଇଥିବା ଡାକ୍ତର ନରେନ୍ଦ୍ର କୁମାର ମେହେର ଯୋଗ ଦେଇ ଆରମ୍ଭରୁ ଏହି ରୋଗର ସଠିକ ଚିହ୍ନଟ ଓ ଚିକିତ୍ସା ହେଲେ ରୋଗରୁ ମୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବା ସୂଚନା ଦେଇଥିଲେ । ଶିବିରରେ ଜିଲା ତଥା ଜିଲା ବାହାରର ୧୬୦ ଜଣ ରୋଗୀଙ୍କ ରକ୍ତ ସର୍କରା, ହେମୋଗ୍ଲୋବିନ, ସିଏ ୧୨୫ ଆଦି ପରୀକ୍ଷା ମାଗଣାରେ କରାଯିବା ସହ ମୁଖ ଗହ୍ୱର କର୍କଟ, କଣ୍ଠ କର୍କଟ ସହ ବିଭିନ୍ନ କ୍ୟାନ୍ସର୍ ରୋଗର ହିହ୍ନଟ ମଧ୍ୟ କରାଯାଇ ଆବଶ୍ୟକ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଥିଲା । ଏଥିରେ ମାରୱାଡି ଯୁବା ମଞ୍ଚ ସୋନପୁର ଜିଲା ଶାଖା ସଭାପତି ମନୋଜ କୁମାର ଅଗ୍ରୱାଲ, ସମ୍ପଙ୍କଦକ ଅମିତ କୁମାର ଅଗ୍ରୱାଲ ପ୍ରମୁଖଙ୍କ ସହ ନନ୍ଦ କିଶୋର କମାଣି, ଭୋଲା ଭୁତ, ଗୋବିନ୍ଦ ଅଗ୍ରୱାଲ, ବଳରାମ ଅଗ୍ରୱାଲ, ଦିଲି ଅଗ୍ରୱାଲ, ଆନନ୍ଦ ଭୁତ, ଅଶୋକ ଅଗ୍ରୱାଲ, ଗୋପାଳ ଭୁତ, ଆଶିଷ ଅଗ୍ରୱାଲ, କେଲୁରାମ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ରୂପେଶ ଅଗ୍ରୱାଲ ପ୍ରମୁଖଙ୍କ ସହ ଯୁବା ମଞ୍ଚର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.