ରାୟଗଡ ପୌରାଞ୍ଚଳର ଗୁରୁମଗୁଡା ବାସିନ୍ଦା ହନ୍ତସନ୍ତ

ମୈାଳିକ ସୁବିଧା ଯୋଗାଇବାକୁ ଯୁବ ବିକାଶ ପରିଷଦର ଦାବି

ରାୟଗଡ/୩୧/୮/୧୯: ରାୟଗଡ ପୈାର ପାଳିକା ଅଧୀନର ୱାର୍ଡ ନମ୍ବର ୧ରେ ରହିଥିବା ଗୁରୁମଗୁଡା ବାସିନ୍ଦାମାନଙ୍କୁ ମୈାଳିକ ସୁବିଧାରୁ ବଂଚିତ କରାଯାଉଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ମୈାଳିକ ସୁବିଧା ଯୋଗାଇବା ପାଇଁ ଗୁରୁମଗୁଡା ବାସିନ୍ଦା ଓ ଯୁବ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଦିନ ରାୟଗଡ ପୈାର ପାଳିକାର ପ୍ରଶାସକ ତଥା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଦୀର୍ଘ ୪୦ବର୍ଷ ହେଲା ଗୁରୁମଗୁଡାକୁ ପକ୍କା ରାସ୍ତାଟିଏ ନ ଥିବା ଯୋଗୁଁ ଏଠାର ବାସିନ୍ଦାମାନେ ଯାତାୟାତରେ ବହୁ କଷ୍ଟ ଭୋଗୁଥିବା ବେଳେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇବା ମଧ୍ୟ ଏମାନଙ୍କ କ୍ଷେତ୍ରରେ ସାତ ସପନ ପାଲଟିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଗୁରୁମଗୁଡା ବାସିନ୍ଦା ରାସ୍ତା ଓ ପାନୀୟ ଜଳ ସହ ବିଦ୍ୟୁତ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି । ଗୁୁରୁମଗୁଡାକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ ଅନେକ ସମୟରେ ବିଦ୍ୟୁତ କାଟଜନୀତ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଓ ମହିଳାମାନଙ୍କୁ ଘର କାର୍ଯ୍ୟରେ ନାହିଁ ନ ଥିବା ଅସୁବିଧା ଉପୁଜୁଛି । ସେହିପରି ଗୁରୁମଗୁଡାକୁ ଯିବା ରାସ୍ତାରେ କୈାଣସି ହେଲେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସଂଧ୍ୟା ହୋଇଗଲେ ଏହି ରାସ୍ତା ଦେଇ ଯାତାୟାତ କରିବା ପାଇଁ ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଯଥାଶୀଘ୍ର ଗ୍ରାମକୁ ପକ୍କାରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାର ସମାଧାନ କରିବା ପାଇଁ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ସମେତ ଗୁରୁମଗୁଡା ବାସିନ୍ଦା ଦାବି କରିଛନ୍ତି । ସେହିପରି ଆସନ୍ତା ଅକ୍ୱୋବର ମାସ ୧୦ତାରିଖ ମଧ୍ୟରେ ପୈାର କର୍ତୁପକ୍ଷ ଦାବି ପୂରଣ କରିବା ପାଇଁ ସମୟ ଦିଆଯାଇଥିବା ବେଳେ ସମାଧାନ ନ ହେଲେ ଅକ୍ଟୋବର ୧୮ତାରିଖରୁ ପୈାର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରାଯିବ ବୋଲି ଉଲ୍ଳେଖ କରାଯାଇଛି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.