କୋମନା ବ୍ଲକର କୋନାବିରା ଅଞ୍ଚଳରେ ଆତଙ୍କ ରଚୁଛି ଗଜରାଜ

ଚିନ୍ତାରେ ଚାଷୀ, ଏକକ ଏକର ଫସଳ ନଷ୍ଟ କରୁଛନ୍ତି ହାତୀପଳ

Omkar Vasthu
Omkar Vasthu

କୋମନା,୩୧/୮ : ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ଆତଙ୍କ ରଚୁଛି ଗଜରାଜ । ଚାଷୀଙ୍କ ଧାନ, ବିରି, ଗୁର୍ଜୀ ଓ କଦଳୀ ଆଦି ଫସଳକୁ ଦଳି ଚକଟି ନଷ୍ଟ କରୁଛନ୍ତି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୂଳ । ତୃତୀୟ ଥର ପାଇଁ କୋନାବିରା ଅଞ୍ଚଳରେ ହାତୀପଳ ଦେଖିବାକୁ ମିଲିଛି । ଏଥର ୧୦ ରୁ ୧୨ଟି ହାତୀ ଅାସିଛନ୍ତି। କୋନାବିରା ନଦୀ ମଝିରେ ଥିବା ଏକ ଢିପରେ ହାତୀମାନେ ରହିଥିବା ବେଲେ ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । କିନ୍ତୁ ହାତୀ ଆସିଲେ ବଢୁଛି ଚାଷୀଙ୍କ ଚିନ୍ତା । ପେଣ୍ଡରାବନ ଭାଲୁବାହାଲରେ ପଶି ଲୋକଙ୍କ ଶସ୍ୟ କୁ ନଷ୍ଟ କରିଛି ହାତୀ । ଏହି ଅଞ୍ଚଳର ହଲଧର ମାଝୀ, ଅଖିଲ ମାଝୀ, ମୋହନ ମାଝୀ, ଖରକାର ମାଝୀ, ରାଏଧର ମାଝୀଙ୍କ ଧାନ, ବିରି, ଗୁର୍ଜୀ ଓ କଦଳୀ ଶସ୍ୟକୁ ହାତୀ ନଷ୍ଟ କରିଥିବା ଅଭିଯୋଗ ଆସିଛି । ଗତ ଥର ମଧ୍ୟ ହାତୀ ଆସି ଚାଷୀଙ୍କ ଫସଲ ନଷ୍ଟ କରିଥିଲା ଓ ସେମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସାହାର୍ଯ୍ୟ ମିଲିନଥିବା ପ୍ରକାଶ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଏବେ ଚାଷୀଙ୍କ ଫସଲ ଭଲ ହେଇଥିବା ବେଳେ ପୁଣି ହାତୀ ଆସି ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି । ବନ ବିଭାଗ ହାତୀ ଘଉଡାଇବା ସହ ଚାଷୀଙ୍କ ଫସଳ ନଷ୍ଟର କ୍ଷତି ପୂରଣ ଦେବାପାଇଁ ଦାବି ହେଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.