ସୋନପୁର,୬/୯ : ଚଳିତ ବର୍ଷ ଅକ୍ଟବୋର ୧୨ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ସୋନପୁର ସ୍ଥାନିୟ ଢେରା ପଢା ଠାରେ ହରଗୈାରୀ ଯାତ୍ରା ହେବାପାଇଁ ସ୍ଥିରକୃତ ହୋଇଛି । ସ୍ଥାନିୟ ବୁଢିମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଯାତ୍ରାର ସୁପରିଚାଳନା ସହ ଯାତ୍ରା କେମିତି ଧୁମଧାମରେ ହେବ ସେ ଦିଗରେ ଏକ ଆଲୋଚନା କରାଯାଇଥିଲା ଓ ଏହି ବୈଠକରେ ନୁତନ ପରିଚାଳନା କମିଟିର ସଭ୍ୟ ଚୟନ କରଯାଇଥିଲା । ସଭାପତି ଦିଲ୍ଲିପ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସଂମ୍ପାଦକ ଜନ୍ମେଜୟ ପାତ୍ର, ସହ ସଂମ୍ପାଦକ ସତ୍ୟନାରାୟଣ ରାଓ, କୋଷାଧକ୍ଷ ଶ୍ୟାମ ସୁନ୍ଦର ପାତ୍ର, ଉପ କୋଷାଧକ୍ଷ ସନ୍ତୋଷ ପାତ୍ର ଙ୍କ ସହ ପୂଜା କମିଟିର ବି.ଶିବ ରାଓ, ନାଗେଶ୍ୱର ରାଓ, ରାମକୁମାର ପାତ୍ର, ଗୋବିନ୍ଦ ପାତ୍ର, ରାମଚନ୍ଦ୍ର ପାତ୍ର ,କିଶୋର ପାତ୍ର, ନିମନ ନାରଣ ପାତ୍ର, ଗୋପାଳ ପାତ୍ର, ସତ୍ୟନାରାୟଣ ପାତ୍ର, ସାଂକୃତିକ କମିଟିର ସ୍ୱରୁପ ପାତ୍ର, ରାଜୁ ରାଓ, ପ୍ରଦ୍ୟୁମ୍ନ ପାତ୍ର, ସରୋଜ ପାତ୍ର, ପୁରୁଷତ୍ତମ ପାତ, ନାଗେଶ୍ୱର ପାତ୍ର ସେହିପରି ଅର୍ଥ କମିଟିର ଅକ୍ଷୟ କୁମାର ପାତ୍ର, ପ୍ରଫୁଲ୍ଲ ପାତ୍ର, ସହଦେବ ପାତ୍ର, ରାମଚନ୍ଦ୍ର ପାତ୍ର, ସୁଦର୍ଶନ ପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଛି ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇