ଶାରଳା ପୁରସ୍କାର ପାଇବେ କଥାକାର ପ୍ରଦୀପ ଦାଶ

ଭୁବନେଶ୍ୱର,୬/୯: ଏବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ବରିଷ୍ଠ ଔପନ୍ୟାସିକ ପ୍ରଦୀପ ଦାଶ। ଉପନ୍ୟାସ ‘ଚରୁ, ଚୀବର ଓ ଚର୍ଯ୍ୟା’ ପାଇଁ ସେ ଏହି ପୁରସ୍କାର ପାଇବେ ।

Omkar Vasthu
Omkar Vasthu

ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ପ୍ରତିବର୍ଷ ଜଣେ ବିଶିଷ୍ଟ ଓଡ଼ିଆ ଲେଖକଙ୍କୁ ଦିଆଯାଇଥାଏ ।

Pearl dental clinic
Near Ashish Medical Store, Bhawanipatna

୧୯୬୧ରେ ଜନ୍ମିତ ଶ୍ରୀ ଦାଶ ଗଳ୍ପ ସଂକଳନ ‘ଘୁମ ପାହାଡର ନଈ’ ପାଇଁ ୧୯୯୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସଂପ୍ରତି ସେ ଓଡ଼ିଶା ଜଳସମ୍ପଦ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ।

Udyog Nursery
Udyogi Nursery

ଆସନ୍ତା ୨୬ ତାରିଖ ସ୍ଥାନୀୟ ମେ’ ଫେୟାର୍ ଲାଗୁନରେ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦକୁ ତାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।

ଡ. ଦାଶଙ୍କ ସହ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଓ ଲଲାଟମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯିବ । ପୁରସ୍କାର ରୂପେ ଉଭୟଙ୍କୁ ଦେଢ଼ଲକ୍ଷ ଟଙ୍କା ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ।

ଏଠି ଛୁଇଁ odiabarta.in ର ସାହିତ୍ୟ ଗ୍ରୁପ୍’ରେ ଯୋଗଦିଅନ୍ତୁ, ସାହିତ୍ୟ ସମ୍ପର୍କିତ ସମସ୍ତ ସୂଚନା ପାଆନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.