ମ.ରାମପୁର ବ୍ଲକ ପାଇଁ ୧୩୬ଟି ପ୍ରକଳ୍ପକୁ ତିନିକୋଟି ଅଶୀ ଲକ୍ଷ ଟଙ୍କା ମଂଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

କଳାହାଣ୍ଡି,୧୧/୧୨: ମ.ରାମପୁର ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୩୬ଟି ପ୍ରକଳ୍ପ ପାଇଁ ତିନିକୋଟି ଅଶୀ ଲକ୍ଷଟଙ୍କା ଅର୍ଥ ମଂଜୁରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମ.ରାମପୁର ପଂଚାୟତ ସମିତି ତରଫରୁ ସ୍ଥାନୀୟ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପରାଗ ହର୍ଷଦ ଗୋଭାଲି,ନର୍ଲା ବିଧାୟକ ଧନେଶ୍ୱର ମାଝୀ ଯୋଗଦେଇଥିବାବେଳେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁମାନା ଜାଫ୍ରି,ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ,ପୌରାଧ୍ୟକ୍ଷ,ଭବାନୀପାଟଣା ଆଦିତ୍ୟ ନନ୍ଦ,ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ,ସରପଂଚ ସଂଘ ସଭାପତି କାମଦେବ ସାହୁଙ୍କ ସମେତ ମ.ରାମପୁର ବ୍ଲକର ୧୯ଗୋଟି ଗ୍ରାମ ପଂଚାୟତର ସରପଂଚ,ସମିତିସଭ୍ୟ,ପଂଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ବଭାଗୀୟ ଅଧିକାରୀ,ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା,ମିଶନ ଶକ୍ତି,ବିଜୁ ଯୁବବାହିନୀ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଓଡ଼ିଶାର ବିଭିନ୍ନ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟକମର ଭିଡ଼ିଓ ପ୍ରଦର୍ଶନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେସିିଂ ମାଧ୍ୟମରେ ମ.ରାମପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ପାଇଁ ତିନିକୋଟି ଅଶୀ ଲକ୍ଷଟଙ୍କା ମଂଜୁରୀ କରିଛି ଓ ଏହି ପ୍ରକଳ୍ପ କାମରେ ଆପଣମାନେ ଖୁସି ତ? ବୋଲି କହିବା ପରେ ନିଜେ ମଧ୍ୟ ଖୁସି ଥିବା ପ୍ରକାଶ କରିଥିଲେ । ପରେ ଧନ୍ୟବାଦପର୍ବ ଅନୁଷ୍ଠିତ ହେଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କ ତରଫରୁ ଡ଼ମ୍ବକର୍ଲାଖୁଂଟା ସରପଂଚ ଚଞ୍ଚଳା ପୁଝାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବାବେଳେ ମୁଖ୍ୟ ମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକର ହଜାର ହଜାର ଜନସାଧାରଣଙ୍କ ସମାଗମ ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାର ଏପିଓ ଜୀତେଶ କୁମାର ତ୍ରିପାଠୀ,ବରିଷ୍ଠ କିରାଣୀ ପ୍ରଭାସ କୁମାର ଚାନ୍ଦ,ବିପିଏମ ଦୀପ୍ତି କିଶୋର ନାୟକ,ସହକାରୀ ଯନ୍ତ୍ରୀ ପୃଥ୍ୱୀରାଜ ଭିତିରିଆଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.