ଉତ୍କଳ ଆଲୁମିନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ରାୟଗଡ,୧୮/୧ : ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ ୨୦୨୦ ଜାନୁଆରି ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ୟୁନିଟର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାରେ ଉନ୍ନତି ଆଣିବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏଥିରେ କର୍ମ କ୍ଷେତ୍ର ପରିସର ବାହାରେ ଥିବା ପାରିପାର୍ଶ୍ୱିକ ଅଂଚଳ ସମେତ ସ୍ଥାନୀୟ ପ୍ରଶାସନକୁ ସାମିଲ କରାଯାଇଥିଲା । ପ୍ରଥମ ଦିନରେ ଶ୍ରୀଯୁକ୍ତ ମଜହର ବେଗ, ଯୁଗ୍ମ ସଭାପତି, ୟୁଏଆଇଏଲ ସଡ଼କ ସୁରକ୍ଷା ରାଲି ଓ ରଥକୁ ପତାକା ଦେଖାଇ ଉନ୍ମୋଚନ କରିବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନିକଟସ୍ଥ ଗ୍ରାମଗୁଡ଼ିକରେ ସଚେତନତା ସୃଷ୍ଟି କରିବା ଲାଗି ସଡ଼କ ସୁରକ୍ଷା ରଥକୁ ମୂତୟନ କରାଯାଇଛି । ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହର ବିଷୟବସ୍ତୁ ଥିଲା “ଯୁବ ଶକ୍ତି ଜରିଆରେ ପରିବର୍ତନ ଆଣିବା” ଏହି ସାତ ଦିନିଆ ଲମ୍ବା କାର୍ଯ୍ୟକ୍ରମରେ ବିଭିନ୍ନ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯଥା ସମସ୍ତ କର୍ମଚାରୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ରାଲି, ସଡ଼କ ସୁରକ୍ଷା ସଚେତନତା ବକ୍ତୃତା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା, ବିଦ୍ୟାଳୟ ପିଲାଙ୍କ ମଧ୍ୟରେ ସଡ଼କ ସୁରକ୍ଷା ବକ୍ତୃତା ପ୍ରତିଯୋଗିତା, ଆରଟିଓ/ଏମଭିଆଇଙ୍କ ଦ୍ୱାରା କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଏବଂ କୁଇଜ ଇତ୍ୟାଦି ଆୟୋଜନ କରାଯାଇଥିଲା । କର୍ପୋରେଟ ଦିଶାନିର୍ଦେଶ ଅନୁସାରେ ୨୦୨୦ ଜାନୁଆରିରେ ବିଭିନ୍ନ ଗାଡ଼ିଗୁଡ଼ିକର ନିରୀକ୍ଷଣ/ଅଡିଟ ଏକଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ କର୍ଣ୍ଣେଲ ରଣବୀର ସିଂହ-ଜିଏମ- ନିରାପତା ଓ ପ୍ରଶାସନଙ୍କ ନେତୃତ୍ୱରେ

Omkar Vasthu
Omkar Vasthu

ଏକ ସୁରକ୍ଷା ଟାସ୍କ ଫୋର୍ସ ଗଠନ କରାଯାଇଥିଲା । କାର୍ଯକ୍ରମର ଉଦଯାପନ ସମାରୋହରେ ବିଜେତାମାନେ ପୁରସ୍କାର ଗ୍ରହଣ କରିଥିଲେ । ଯେଉଁ କର୍ମଚାରୀମାନେ ସଫଳତାର ସହ ପ୍ରଶିକ୍ଷଣ ଅଧିବେଶନ ଶେଷ କରିଥିଲେ ଏବଂ ଯେର୍‌ଉମାନେ ଶିଳ୍ପ ଦୁର୍ଘଟଣା ସମୟରେ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେଭଳି ଜୀବନରକ୍ଷାକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କଂପାନି ପକ୍ଷରୁ ନୀତି ଓ ନିୟମକୁ କଠୋର ଭାବେ ପାଳନ କରାଯିବା ଦ୍ୱାରା କଂପାନି ପରିସରରେ କିଭଳି ଅଘଟଣାର ମୁକାବିଲା କରିବାରେ ଉଲ୍ଲେଖନୀୟ ସଫଳତା ମିଳିପାରିଛି ତାହା ଉପରେ ଶ୍ରୀଯୁକ୍ତ ବେଗ ଉଦଘାଟନୀ ସମାରୋହରେ
ଗୁରୁôବାରୋପ କରିଥିଲେ । ୟୁଏଆଇଏଲର ସୁରକ୍ଷା ସଂସ୍କୃତିର ପ୍ରସାର କରିବା ଲାଗି କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଏହି ଅବସରରେ ୟୁଏଆଇଏଲର ୟୁନିଟ ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ଏନ ନାଗେଶ କହିଛନ୍ତି ଯେ, ଉତ୍କଳ ଆଲୁମିନାରେ ସୁରକ୍ଷା ଉତ୍କର୍ଷ ଯାତ୍ରାରେ ସମସ୍ତ ଅଂଶୀଦାରଙ୍କ ଭୂମିକାକୁ ପ୍ରଶଂସା କରୁଛି ଯେଉଁମାନଙ୍କ ଯୋଗୁଁ ସୁରକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଂଟ ହାସଲ କରିବା ସମ୍ଭବପର ହୋଇପାରିଛି । ତାଙ୍କ ମତରେ, ଅତୀତରୁ ମିଳିଥିବା ଶିକ୍ଷା ଆଧାରରେ ଅନେକ ଅଭିଯାନ ହାତକୁ ନିଆଯାଇଥିଲା ଯାହା କଂପାନିକୁ ଏହାର ଲକ୍ଷ୍ୟ “ଶେଷ ଲକ୍ଷ୍ୟ ଶୂନ ଦୁର୍ଘଟଣା” ଆଡ଼କୁ ଅଗ୍ରସର କରିପାରିଛି ।”

Pearl dental clinic
Near Ashish Medical Store, Bhawanipatna
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_________________________________________

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.