୩ମାସର ଶିଶୁପୁତ୍ର ମୃତ୍ୟୁକୁ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପରିବାର ବର୍ଗଙ୍କ ହୋହାଲ୍ଲା

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ନାହାନ୍ତି ମେଡିକାଲ କର୍ତୁପକ୍ଷ ; ମୃତ ଶିଶୁପୁତ୍ରର ମା’ଙ୍କ ଅଭିଯୋଗ

Omkar Vasthu
Omkar Vasthu

ରାୟଗଡ,୧୮/୧ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଳା ପ୍ରତ୍ୟେକ ସମୟରେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ପୁଣି ଏକ ଉଦାହରଣ ପରି ଶୁକ୍ରବାର ଦିନ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ନ ଦିଆଯିବାରୁ ମୋର ୩ମାସର ଶିଶୁପୁତ୍ରର ମୃତ୍ୟୁ ହେଲା ବୋଲି ପୁତ୍ରର ମୃତ ଦେହ ଧରି କାନ୍ଦି କାନ୍ଦି ମେଡିକଲ କର୍ତୁପକ୍ଷଙ୍କ ଅବହେଳାକୁ ନିନ୍ଦା କରି ଅଭିଯୋଗ କରିଛନ୍ତି କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ସଶ୍ମିତା ହିଆଲ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ମାଝିଗୁଡା ଗ୍ରାମର ମହେନ୍ଦ୍ର ଓ ସଶ୍ମିତା ହିଆଲଙ୍କ ୩ମାସର ଶିଶୁପୁତ୍ରକୁ ଗତ ମଙ୍ଗଳବାର ଦିନ ବାନ୍ତି ବହୁତ ହେବାରୁ ତାକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ମଙ୍ଗଳବାର ଦିନ ଠାରୁ ଦୁଇଜଣ ଶିଶୁ ରୋଗ ବିଶେଷଞ ଡାକ୍ତରମାନେ ଶିଶୁପୁତ୍ରଟିର ଚିକିତ୍ସା କରି ଆସୁଥିଲେ । ତେବେ ଗୁରୁବାର ସଂଧ୍ୟାରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବାପା ମହେନ୍ଦ୍ର ଓ ମା ସଶ୍ମିତା ଚିନ୍ତିିତ ହୋଇପଡିଥିଲେ । ଏବଂ ଶିଶୁକୁ ଅନ୍ୟତ୍ର ରେଫର କରିବା ପାଇଁ ଗୁହାରୀ କରିଥିଲେ । ତେବେ ଏଠାରେ ହିଁ ତୁମ ପୁଅ ଭଲ ହୋଇଯିବ କହି ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ମୃତ ଶିଶୁର ମା ଓ ବାପା ଦୁହେଁ ମେଡିକଲ କର୍ତୁପକ୍ଷଙ୍କ ଅବହେଳା ତଥା ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ନ ଦେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ଶିଶୁଟି ଭର୍ତି ହେବା ବେଳେସେ ଏଲଆରଟିଆଇ ରୋଗରେ ପୀଡିତ ଥିଲା । ଭର୍ତି ହେବା ଦିନ ଠାରୁ ଶିଶୁ ବିଶେଷଞ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ଆସିଥିଲେ ହେଁ ହଠାତ୍ କୈାଣସି କାରଣରୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଏଡିଏମଓ (ମେଡିକଲ) ଡାକ୍ତର ଶକ୍ତିବ୍ରତ ମହାନ୍ତି ସୂଚନା ଦେଇଛନ୍ତି ଏବଂ ମହାପ୍ରୟାଣ ଗାଡି ବ୍ୟବସ୍ଥା କରାଯାଇ ମୃତ ଶିଶୁ ସହ ପରିବାରକୁ ତାଙ୍କ ଗ୍ରାମକୁ ପଠାଯାଇଛି ବୋଲି କହିଛନ୍ତି । ତେବେ ମୋ ସରକାର ଲାଗୁ ହେବା ପରେ ମଧ୍ୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତଥା କର୍ମଚାରୀମାନଙ୍କ ମନରେ ରୋଗୀମାନଙ୍କ ପ୍ରତି ସେବା ମନୋଭାବ ଆସୁ ନ ଥିବାରୁ ରୋଗୀମାନେ ଏପରି ଅଭିଯୋଗ କରୁଥିବାରୁ ମୋ ସରକାର ରାୟଗଡ ଜିଲ୍ଳାରେ କେତେ ଯେ ଫଳପ୍ରଦ ହୋଇପାରିଛି ତାହା ଏପରି ଘଟଣାରୁ ଆପେ ଅନୁମେୟ ହେଉଛି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.