କୋକସରା ଠାରେ ବ୍ଲକ ସ୍ତରୀୟ ଫିଟ୍ ଇଣ୍ଡିଆ ସକ୍ଷମ ସାଇକେଲ ଶୋଭାଯାତ୍ରା

କୋକସରା,୧୮/୧ ନେହେରୁ : ଯୁବ କେନ୍ଦ୍ର, କଳାହାଣ୍ଡି ଓ ନେହେରୁ ଯୁବକ ସଂଘ, ବଙ୍ଗୋମୁଣ୍ଡା ମିଲିତ ଆନୁକୁଲ୍ୟରେ କୋକସରାଠାରେ ଶନିବାର ଦିନ ବ୍ଲକ ସ୍ତରୀୟ ଫିଟ୍ ଇଣ୍ଡିଆ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଉଡୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବଙ୍ଗୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସମେତ ନେହେରୁ ଯୁବକ ସଂଘ ବଙ୍ଗୋମୁଣ୍ଡାର ସଦସ୍ୟ ମାନେ ଯୋଗଦେଇ ବଙ୍ଗୋମୁଣ୍ଡାଠାରୁ ଏକ ସାଇକେଲ ଶୋଭାଯାତ୍ରାରେ ବାହାରୀ ସହର ପରିକ୍ରମାର କରିଥିଲେ । ଏହା ପରେ ବଙ୍ଗୋମୁଣ୍ଡା ସ୍କୁଲ ପରିସରରେ ଭାରତ ସ୍ୱେଚ୍ଛାସେବୀ କୋକସରା ବ୍ଲକ ସଂଯୋଜକ ଦିନକାନ୍ତ ମଙ୍ଗରାଜଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ନାଏବ ସରପଞ୍ଚ ସୋମନାଥ ବାଗ, ବଙ୍ଗୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ ପୁଝାରୀ, କାଉଡୋଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଶିକ୍ଷକ ଅଭୟନାସନ ଚିନ୍ଦା, ମମତା ମାଝୀ, ବିବେକାନନ୍ଦ ସୁନାନୀ ପ୍ରମୂଖ ଯୋଦେଇ ସାଇକେଲ ଆରୋହଣ କରିବା ଆମ ମାନଙ୍କ ପାଇଁ ଏକ ପ୍ରକାର ଲାଭ ଦାୟକ, ଏହା ଦ୍ୱାର ଆମ ଶରୀର ସୁସ୍ଥ ରହିପାରବ । ଅମେ ଦୈନିକ ମେଟର ସାଇକେଲ ରେ ଯାତାୟକ କରିବା ଦ୍ୱାର ଆମ ଶରୀର ଭଲ ରହୁନଥିବା ବେଳେ ସଇକେଲ ଯାତ୍ରା ଦ୍ୱାର ପରିବେଶ ପ୍ରଦୁଷଣ ମୁକ୍ତ ହେବା ସହ ଆମେ ମଧ୍ୟ ଭଲ ରହିବା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବକ ସଂଘର ସଦସ୍ୟ ତୁଲସୀରାମ ପୁଝାରୀ, ବିନୋଦ ବିହାରୀ ନାଏକ, ଭୂପିନ୍ଦ୍ର ପୁଝାରୀ, ଉମେଶ ଗହୀର, ଦିନେଶ ପୁଝାରୀ, ପ୍ରମୋଦ ମାଝୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Udyog Nursery
Udyogi Nursery
 କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.