କଳାହାଣ୍ଡି,୧୮/୧ (ହେମନ୍ତ ସାହୁ)- କଳାହାଣ୍ଡି ଜିଲ୍ଲା ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏଥିସକାଶେ ତେରେସିଂହା ଗ୍ରାମରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଲୋକମାନଙ୍କୁ ନୂତନ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରିବା ପାଇଁ ପାମ୍ପଲେଟ୍ ମଧ୍ୟ ବଂଟନ କରିଥିଲେ । ଗ୍ରାମ ପରିକ୍ରମା ପରେ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତେରେସିଂହା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଶିକେଶ ଗହୀର, ମୁଖ୍ୟ ବକ୍ତା ଭାବରେ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ବାଗ, ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ସଭାପତି ସୁବିନ୍ଦ୍ର ରଣା, କମିଟି ସଭ୍ୟ ଯୁଗଳ କିଶୋର ନାଏକ, ଇତିହାସ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିବାବେଳେ ୱାଆରସି କୋଅର୍ଡିନେଟର ଅଧ୍ୟାପକ ମୁକେଶ ବହିଦାର ସଭା ସଂଯୋଜନା କରିଥିଲେ । ବକ୍ତା ଏବଂ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ନୂତନ ଟ୍ରାଫିକ୍ ନିୟମ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ