ଅଂଫାନ୍ ପ୍ରକୋପ : ଭୋଗରାଇରେ ଆଙ୍କି ଦେଇଗଲା କ୍ଷତିର କ୍ଷତ

● ଧାନ ଓ ପାନ ଚାଷୀଙ୍କ ମୁଣ୍ଡରେ ଚଡକ

● କଚ୍ଚାଘର ଓ ବଡ ଗଛ ଭୂମିସାତ୍

ବାଲେଶ୍ଵର,୨୦/୫ (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ବାଲେଶ୍ଵର ଜିଲ୍ଲାର ଉପକୂଳ ଦେଇ ପଶ୍ଚିମବଙ୍ଗ ଯିବାବେଳେ ଭୟଙ୍କର ବାତ୍ୟା ଅଂଫାନ୍ ଉତ୍ତର ବାଲେଶ୍ଵର, ବିଶେଷ କରି ଭୋଗରାଇ ବ୍ଲକରେ ପ୍ରଭୁତ କ୍ଷତି ଘଟାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡ଼ିଶାରେ ଲ୍ୟାଣ୍ଡଫଲ୍ ନ କଲେ ମଧ୍ୟ ଓଡ଼ିଶା ସୀମାନ୍ତରେ ଥିବା ଭୋଗରାଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ବାତ୍ୟା ବାଲେଶ୍ଵର ଅତିକ୍ରମ କରି ଦୀଘା ଆଡକୁ ମୁହାଁଇବା ବେଳେ ଭୋଗରାଇକୁ ଦେଇଯାଇଛି ଅଂଫାନର ଛାପ। ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିବା ଫଳରେ ଅସଂଖ୍ୟ ଗଛ ଧରାଶାୟୀ ହେବା ସହ କେତୋଟି ସ୍ଥାନରେ ଗଛ ପଡ଼ି ଶତାଧିକ ମାଟି ଘର ମଧ୍ୟ ଧ୍ଵସ୍ତ ହୋଇ ଯାଇଛି। ଏହାଛଡା କେଉଁଠି କେଉଁଠି ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଦେଖାଯାଇଛି। ତେବେ ସବୁଠୁ ବେଶି କ୍ଷତି ଘଟିଛି ଭୋଗରାଇର ଅର୍ଥନୀତି କୁହା ଯାଉଥିବା ଧାନ ଓ ପାନର। ଶହ ଶହ ଏକର ଜମିରେ ଅମଳ ମୁହଁରେ ଥିବା ପାଚିଲା ଧାନ ବର୍ଷା ଓ ପବନ ମାଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାଥମିକ ଆକଳନରୁ ମୋଟ ଚାଷର ପ୍ରାୟ ୩୦ ରୁ ୪୦ ପ୍ରତିଶତ ଧାନ ବିଲରେ ଭାସୁଥିବା ଦେଖାଯାଉଛି। ଅପରପକ୍ଷରେ ଶହ ଶହ ପାନ ବରଜ ମାଟିରେ ମିଶି ଯାଇଛି। ତେଣୁ ଚାଷୀଙ୍କ ମୁଣ୍ଡରେ ଏକପ୍ରକାର ଅବେଳାରେ ଚଡକ ପଡିଛି ବୋଲି କୁହାଯାଇପାରେ।

Udyog Nursery
Udyogi Nursery

ସୂଚନାନୁସାରେ, ଗତକାଲି ରାତିରୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ସାଙ୍ଗକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବା। ଆଜି ବୁଧବାର ମଧ୍ୟାହ୍ନ ୧୨ ଟା ପର ଠାରୁ ପବନର ବେଗ କ୍ରମଶଃ ବଢିଥିଲା। ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗରେ ବୋହିଥିଲା ପବନ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅର୍ଥାତ ବନ୍ଧ ଭିତରେ ଥିବା ପାନ ବରଜ ସବୁ ଏହାଦ୍ବାରା ଧରାଶାୟୀ ହେବା ସହ ୫୦ଟି ପଞ୍ଚାୟତର ପ୍ରାୟ ୩୫୪ ଗାଁ ପ୍ରଭାବିତ ହୋଇଛି। ସାହାବାଜିପୁର, ହୁଗୁଳି, ଶ୍ରଦ୍ଧାପୁର, ବାଜିତପୁର, କାନ୍ଥିଭଉଁରୀ, ଶଙ୍ଖାରୀ, ଟୁକୁରୀ ହାଜିରା, ଏନଏମ୍ ପଡିଆ ଆଦି ତଟବର୍ତ୍ତୀ ଗାଁରେ ବାତ୍ୟା ସର୍ବାଧିକ ତାଣ୍ଡବ କରିଥିବା, ଖବରରୁ ପ୍ରକାଶ।

ବର୍ତ୍ତମାନ ଭୋଗରାଇରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା ଡେରା ପକାଇଥିବା ବେଳେ ଖୁବଶୀଘ୍ର କ୍ଷୟକ୍ଷତିର ସରକାରୀ ଆକଳନ କରାଯିବ ବୋଲି ଆଶା କରାଯାଉଛି।

ଅଂଫାନର ପ୍ରକୋପରେ ସହସ୍ରାଧିକ କଚ୍ଚା ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଉପୁଡି ପଡିଛି। ବିଦ୍ୟୁତ ଖୁଣ୍ଟମାନ ସ୍ଥାନେ ସ୍ଥାନେ ଉପୁଡି ପଡିବା ସହ ତାର ସବୁ ତଳେ ପଡିଛି। ଧାନ ଓ ପାନ ଚାଷର ବ୍ୟାପକ କ୍ଷତି ହେବା ସଙ୍ଗେ ସଙ୍ଗେ ଅନେକ ସ୍ଥାନରେ ପାନୀୟ ଜଳର ସଙ୍କଟ ରହିଛି। ରାସ୍ତାଘାଟରେ ଗଛଡାଳ ପଡିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସମୁଦ୍ରର ଜୁଆର ପାଣି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସିଥିବା ବେଳେ ତାଳସାରି, ଉଦୟପୁର ଓ କୀର୍ତ୍ତନିଆ ଆଦି ବେଳାଭୂମିରେ ଆଜି ୬/୭ ଫୁଟ୍ ଉଚ୍ଚର ଉତ୍ତାଳ ଜୁଆର ମାଡି ଆସିଥିବା ଦେଖାଯାଇଛି। ତଟବର୍ତ୍ତୀ ଝାଉଁ ଜଙ୍ଗଲର ମଧ୍ୟ ବ୍ୟାପକ କ୍ଷତି ହୋଇଛି।

ଲକ୍ ଡାଉନ୍ ଯୋଗୁଁ ପ୍ରାୟ ଦୁଇ ମାସ କାଳ ହାତଗୋଡ ଗୋଟାଇ ବସିଥିବା ଭୋଗରାଇର ଅଧିକାଂଶ ଅଧିବାସୀଙ୍କୁ ଅଂଫାନ୍ ଆଉ ଏକ ବଡ ବିପର୍ଯ୍ୟୟ ଭିତରକୁ ଠେଲି ଦେଇ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଯଥାର୍ଥ ହେବ। ଏମିତିଏକ ଦୁର୍ଦ୍ଦିନ ସମୟରେ ସରକାରୀ ସହାୟତା ପାଇଁ ଜନ ପ୍ରତିନିଧିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ଭୋଗରାଇର ଭାଗ୍ୟକୁ ବଦଳାଇବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି।

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.