ମହିଳା ଶ୍ରମିକଙ୍କୁ ଷ୍ଟେରିଂ ଦେଇଥିଲା ଡ୍ରାଇଭର : ଗଛରେ ପିଟିଲା ଟ୍ରାକ୍ଟର, ଟ୍ରଲିରେ ବସିଥିବା ଶ୍ରମିକ ମୃତ

ଲାଞ୍ଜିଗଡ଼,୨୦/୫: ଡ୍ରାଇଭରର ଖାମଖିଆଳି ଗୁଣ ଯୋଗୁଁ ଏକ ଅମୂଲ୍ୟ ଜୀବନ ଅକାଳରେ ଝଡିପଡିଛି। ଲାଞ୍ଜିଗଡ ଥାନା ଭଟଗୁଡା ଛକ ନିକଟରେ ଗଛରେ ଟ୍ରାକ୍ଟର ପିଟିହେବା ଯୋଗୁଁ ଟ୍ରଲିରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଜନ୍ମେ ମାଝୀ। ସେ ବଳଭଦ୍ରପୁର ଗାଁର ବିନୋଦ ମାଝୀଙ୍କ ପୁଅ ବୋଲି ଜଣା ପଡିଛି।

ଲାଞ୍ଜିଗଡ ଥାନା ଏସଆଇ ବିପିନ କୁମାର କୁଳଦୀପଙ୍କ ତଦନ୍ତ ସୂତ୍ରରୁ ପ୍ରକାଶ ଯେ, ଆଜି (ବୁଧବାର) ପୂର୍ବାହ୍ନରେ ଲାଞ୍ଜିଗଡ ଥାନା ଜଗନ୍ନାଥପୁର ଗାଁର ଉତ୍ତମ ନାଏକଙ୍କ ସୋନାଲିକା ଟ୍ରାକ୍ଟର( ଓଡି ୦୮ ଜେ ୪୧୪୦) ପୋଖରୀବନ୍ଧ କ୍ରସରରୁ ଚିପ୍ସ ବୋଝେଇ କରି ୨ ଜଣ ମହିଳା ଶ୍ରମିକ ଓ ଜଣେ ପୁରୁଷଙ୍କୁ ନେଇ ଜଗନ୍ନାଥପୁର ପଟେ ଯାଉଥିଲା । ଦୁଇ ଜଣ ମହିଳା ଶ୍ରମିକଙ୍କ ମଧ୍ୟରୁ ଜଣେ ଟ୍ରଲିରେ ପୁରୁଷ ଶ୍ରମିକଙ୍କ ସହିତ ବସିଥିବା ବେଳେ ଅନ୍ୟ ଜଣେ ମହିଳା ଶ୍ରମିକ ଡ୍ରାଇଭର ସହିତ ବସିଥିଲା ଏହି ସମୟରେ ଡ୍ରାଇଭର ବଲ ଲୋହରାଙ୍କ ଅସାବଧାନତା ଓ ଦ୍ରୁତ ଚାଳନା ଓ ପାଖରେ ବସାଇ ଥିବା ମହିଳା ଶ୍ରମିକଙ୍କୁ ଗାଡିର ଷ୍ଟେରିଂ ଦେବା ଯୋଗୁଁ ଭାରସାମ୍ୟ ହରାଇ ଭାଟଗୁଡା ଛକ ନିକଟରେ ଥିବା ଏକ ଗଛରେ ଟ୍ରାକ୍ଟର ବହୁ ଜୋରରେ ପିଟି ହେଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଫଳରେ ଟ୍ରାକ୍ଟର ଟ୍ରଲିରେ ବସିଥିବା ଶ୍ରମିକ ଜନ୍ମେ ମାଝୀ ଟ୍ରାକ୍ଟର ଟ୍ରଲିରୁ ଛିଟିକି ପଡିଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ଜନ୍ମେର ମୃତ୍ୟୁ ଘଟିଥିବା ବେଳେ ପାଖରେ ବସି ଥିବା ମହିଳା ଶ୍ରମିକଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା। ଖବର ପାଇ ଲାଞ୍ଜିଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭର ଓ ମାଲିକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଘାତ ଲାଗିଥିବା ମହିଳା ଶ୍ରମିକଙ୍କୁ ଲାଞ୍ଜିଗଡ ସରକାରୀ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି ।

ଡ୍ରାଇଭର ବଲ ଲୋହରା ନିକଟରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ। ଏକଥା ଜାଣି ସୁଣି କମ୍ ଦରମା ଦେଇ ମାଲିକ ତାକୁ ରଖିଥିଲେ। ବଲ ଅନଭିଜ୍ଞ ଚାଳକ ହୋଇଥିବାରୁ ଏତେବଡ ଅଘଟଣ ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏନେଇ ଲାଞ୍ଜିଗଡ ପୋଲିସ ପକ୍ଷରୁ କେସ୍ ନଂ୨୦/୨୦୨୦ରେ ଏକ ମାମଲା ରୁଜୁ ହୋଇ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.