ରାସ୍ତା ପାଇଁ ବିବାଦ : ତହସିଲ କାର୍ଯ୍ୟାଳୟ ଘେରିଲେ ମହିଳା ଗୋଷ୍ଠୀ

ସଇଁନ୍ତଲା,୨୭/୬: ସାଲେଦମକ ଗ୍ରାମବାସି ନିର୍ଭର କରୁଥିବା ପୋଖରୀ ସଂଲଗ୍ନ ରାସ୍ତା ସମସ୍ୟା ନେଇ ସଇଁନ୍ତଲା ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ରାସ୍ତା ଉପରେ ଗାଁର କିଛି ଅସାଧୁ ବ୍ୟକ୍ତି ମାନେ ଜୋର ଜବରଦଖଲ କବଜା କରିଥିବା ଅଭିଯୋଗ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତଥା ଗ୍ରାମବାସୀର ମିଳିତ ଆନୁକୂଲ୍ୟରେ ଅନେକ ଥର ପ୍ରଶାସନ ପାଖରେ ଅଭିଯୋଗ ହୋଇଛି, ହେଲେ କିଛି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ତହସିଲ କାର୍ଯ୍ୟାଳୟ ଘେରାଉ କରି ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ସୂଚନ ମତେ କିଛି ଦିନତଳେ ଗାଁ ଲୋକେ ତହସିଲଦାରଙ୍କୁ ଅଭିଯୋଗ କରି ଉକ୍ତ ରାସ୍ତାକୁ ଚିହ୍ନଟ କରାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଅସାଧୁ ବ୍ୟକ୍ତିମାନେ ଗ୍ରାମବାସୀଙ୍କ କଥାକୁ ଏଡାଇ ଦେଇ ଜୋର ଜବରଦଖଲ କରୁଛନ୍ତି ବୋଲି ସଇଁନ୍ତତଲା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ତହସିଲଦାରଙ୍କୁ ବିଜେଡି ବରିଷ୍ଠ ନେତା ସର୍ବେଶ୍ୱର ମହାପାତ୍ରଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ରାସ୍ତା ଦେଇ ଅନେକ ଲୋକ ପୋଖରୀକୁ ଗାଧେଇବା ପାଇଁ ଯାଆନ୍ତି ହେଲେ କିଛି ଅସାଧୁ ବ୍ୟକ୍ତି ଲୋକଙ୍କୁ ଯିବା ଆସିବା ପାଇଁ ବାରଣ କରୁ ଥିବା ବେଳେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ତେବେ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ଡୁଙ୍ଗ ଡୁଙ୍ଗ କହିଥିଲେ।

ଏଥିରେ ମା ମାହେଶ୍ୱରୀ ସ୍ଵୟଂ ସହାୟିକା, ମା ପାର୍ବତୀ ସ୍ୱୟଂ ସହାୟିକା, ଜୟ ଜଗନ୍ନାଥ ସ୍ୱୟଂ ସହାୟିକା, ମା ସ୍ୱରସ୍ବତୀ ସ୍ୱୟଂ ସହାୟିକା,ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାମାନଙ୍କ ସହ ତାଳବାହାଲ ସରପଞ୍ଚ ସିନ୍ଧୁ ମାଝୀ ସାମିଲ ହୋଇଥିଲେ।

ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.