ରାୟଗଡ ଜିଲ୍ଳାରେ ପ୍ରଥମ କରୋନା ମୃତ୍ୟୁ

୮୦ବର୍ଷ ବୟସ୍କ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ଯାଇଥିଲା ଜୀବନ

ମୃତ୍ୟୁର ୮ ଦିନ ପରେ ସରକାରଙ୍କ ତରଫରୁ ଘୋଷଣା

ରାୟଗଡ,୮/୭: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିିଭିନ୍ନ ମେଡିକଲରେ ଚିକିତ୍ସାଧୀନ ଅବସ୍ଥାରେ ୬ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ମୃତ୍ୟୁ ବରଣ କରିଥିବା ନେଇ ଆଜି ବୁଧବାର ଜୁଲାଇ ୮ତାରିଖରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏଥିରେ ରାୟଗଡ ଜିଲ୍ଳାରେ ଜଣେ ୮୦ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏହି ସୂଚନାକୁ ଆଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକ ଗଣମାଧ୍ୟମକୁ ସ୍ପଷ୍ଟିକରଣ ପ୍ରଦାନ କରିଛନ୍ତି । ଗତ ଜୁନ ୩୦ ତାରିଖରେ ଉକ୍ତ ବୃଦ୍ଧ ଜଣଙ୍କ ମୃତ୍ୟୁବରଣ କରିଥିବା ବେଳେ ସ୍ୱାବ ନମୂନା ପଜିଟିଭ୍ ହୋଇଥିବା ନେଇ ରିପୋର୍ଟ ଜୁଲାଇ ୬ତାରିଖରେ ଏବଂ କୋଭିଡ-୧୯ ରେ ମୃତ୍ୟୁ ହୋଇଥିବା ରିପୋର୍ଟ ଜୁଲାଇ ୮ତାରିଖରେ ପ୍ରକାଶ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ରାୟଗଡ ସିଡିଏମଓ ଶ୍ରୀ ନାୟକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କରୋନା ସଂକ୍ରମଣରେ ପ୍ରଭାବିତ ଗଂଜାମ ଜିଲ୍ଳାକୁ ଯାଇ ରାୟଗଡ ସହରର ସାଇପ୍ରିୟା ନଗରରେ ରହୁଥିବା ଜଣେ ୮୦ବର୍ଷ ବୟସ୍କ ବୃଦ୍ଧ ଗତ ଜୁନ ୨୫ତାରିଖରେ ରାୟଗଡକୁ ଫେରି ହୋମ କ୍ୱାରେନଟାଇନରେ ରହୁଥିଲେ । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତଥା ଥଣ୍ଡା,କାଶ,ଜ୍ୱର ଭଳି କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ପରିବାର ଲୋକେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ କରୋନା ଆଇସୋଲେସନ ୱାର୍ଡରେ ଭର୍ତି କରାଇଥିଲେ । କୋଭିଡ-୧୯ମାର୍ଗଦର୍ଶିକା ଅନୁଯାୟୀ ଡାକ୍ତର ଡି.କେ.ଦେବ ଗ୍ଳୋବସ ଓ ମାସ୍କ ପରିଧାନ କରି ଉକ୍ତ ବୃଦ୍ଧଙ୍କ ଚିକିତ୍ସା କରିଥିଲେ । ଯେହେତୁ ବୃଦ୍ଧ ଜଣଙ୍କ କରୋନା ପ୍ରଭାବିତ ଗଂଜାମ ଜିଲ୍ଳାରୁ ଫେରିଥିଲେ ତାଙ୍କ ସ୍ୱାବ ନମୂନାକୁ ପରୀକ୍ଷା ନିମନ୍ତେ ଆରଏମଆରସି କେନ୍ଦ୍ର, ଭୁବନେଶ୍ୱରକୁ ପଠାଯାଇଥିଲା । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ଅପରାହ୍ନ ସାଢେ ପାଂଚଟା ସମୟରେ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଭିଡ-୧୯ ପ୍ରୋଟୋକଲ ଅନୁଯାୟୀ ଶବ ହସ୍ତାନ୍ତର କରାଯିବାର ସମସ୍ତ ନିୟମକୁ ଦୃଷ୍ଟିରେ ରଖି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଶବକୁ ଗଂଜାମ ପଠାଯାଇଥିଲା । ତେବେ ବୃଦ୍ଧ ଜଣକ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ସହ ସେ କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ପୁଲମୋନରୀ ରୋଗରେ ମଧ୍ୟ ଆକ୍ରାନ୍ତ ରହିଥିଲେ ବୋଲି ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଅପରପକ୍ଷେ ବୃଦ୍ଧଙ୍କ ଶବକୁ ନେଇ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ହୋମ କ୍ୱାରେନଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଆମ୍ବୁଲାନ୍ସଟିକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି ଏଥିସହ ଶବକୁ ନେଇ ଗଂଜାମ ଯାଇଥିବା ମୃତକଙ୍କ ସଂର୍ପକୀୟ ୩ଜଣଙ୍କ ସମ୍ବନ୍ଧରେ ଗଂଜାମ ଜିଲ୍ଳାପାଳ ଓ ସିଡିଏମଓଙ୍କୁ ସୂଚନା ଦିଆଯାଇଥିବା ନେଇ ରାୟଗଡ ସିଡିଏମଓ ଶ୍ରୀ ।ୟକ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳା ପ୍ରଶାସନ ତରଫରୁ ସାଇପ୍ରିୟା ନଗରରେ ମୃତକ ରହୁଥିବା ଅଂଚଳକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଛି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.