ଚାଲିଛି ଡୋର ଟୁ ଡୋର ସର୍ଭିଲାନ୍ସ, ଜନସାଧାରଣ କରୁଛନ୍ତି ସହଯୋଗ

କଳାହାଣ୍ଡି : କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ତଥା ସେମାନଙ୍କ ନମୂନା ପରୀକ୍ଷା କରିବା ଉଦେଶ୍ୟରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ୨ ତାରିଖ ପର୍ଯନ୍ତ ଏହି ବ୍ଲକର ପ୍ରତ୍ୟକ ପରିବାରକୁ ସର୍ଭେ କରିବା କାର୍ଯକ୍ରମ ଆରମ୍ଭ ହୋଇଛି । ଡୋର ଟୁ ଡୋର (ଡିଟିଡି) ସର୍ଭିଲାନ୍ସ ବା ସ୍ବାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ଥିବା ଟିମ୍ ରେ ଆଶା, ଅଙ୍ଗନୱାଡ଼ି ଓ ଶିକ୍ଷକ ମାନଙ୍କୁ ସାମିଲ କରାଯାଇଛି । ଏଇ ଟିମକୁ ସୁପରଭିଜନ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଜଣେ ସୁପରଭାଇଜର ନିଯୁକ୍ତ କରାଯାଇଛି । ଆଶା ଓ ଅଙ୍ଗନଔଡି କର୍ମୀ ପ୍ରତିଦିନ ଅପରାହ୍ନ ୩’ଟା ରେ ସୁପରଭାଇଜର ଙ୍କୁ ରିପୋର୍ଟ ଦେବେ । ସୁପରଭାଇଜର ୪’ଟା ମଧ୍ୟରେ ରାପିଡ ରେସପନ ଟିମ ଆରଆର ଟିସ, ବି.ଡି.ଏମ ଙ୍କ ଠାରେ ରିପୋର୍ଟ ଦାଖଲ କରିବେ ବୋଲି ବିଡିଓ ପ୍ରିୟଦର୍ଶନୀ ମିର୍ଧା ନିର୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ସମାପ୍ତ ହେବାକୁ ଥିବା ଏହି ପ୍ରକ୍ରିୟା ମଧ୍ୟରେ ଏଇ ବ୍ଲକର ୧୨ ଟି ପଞ୍ଚାୟତ ର ୬୦ ଖଣ୍ଡ ଗ୍ରାମର ୧୧୪୮୦ ପରିବାର ପାଖକୁ ଯିବ ଏଇ ସର୍ଭେ ଟିମ । ଏଥିପାଇଁ ନମୂନା ପରୀକ୍ଷା ପାଇଁ ୭ ଟି ସ୍ଥାନ ନିରୂପିତ କରାଯାଇଛି । ସେଗୁଡିକ ହେଲା ଯୋରାଡବରା ଓ ସପଲହରା ପଞ୍ଚାୟତ ପାଇଁ ଯୋରାଡବରା ପ୍ରାଥମିକ ବିଦ୍ୟାଳୟ , ରେଗେଡ଼ା ଓ ବୋରପଦର ପଞ୍ଚାୟତ ପାଇଁ ଜଗଦୀଶ ଉ.ପ୍ରା ବିଦ୍ୟାଳୟ ରେଗେଡ଼ା, ରିଞ୍ଜା ଓ ଏସ.ମଳପଡ଼ା ପଞ୍ଚାୟତ ପାଇଁ ରିଞ୍ଜା ହାଇସ୍କୁଲ , ତେରେସିଂହା ଓ ରିଷିଡ଼ା ପଞ୍ଚାୟତ ପାଇଁ ରିଷିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, କର୍ଲାମୁଣ୍ଡା ଓ ରାଜପୁର ପଞ୍ଚାୟତ ପାଇଁ କର୍ଲାମୁଣ୍ଡା ବସ୍ତି ସ୍କୁଲ ଏବଂ ପୌରକେଲା ଓ ଗଜବାହାଲ ପଞ୍ଚାୟତ ପାଇଁ ଅବୁଜବାହାଲ ଉ.ପ୍ରା ବିଦ୍ୟାଳୟକୁ ଟେଷ୍ଟ ଭେନୁ ଭାବେ ରଖାଯାଇଛି । ଅନ୍ୟପକ୍ଷରେ ଜନସାଧାରଣ ସର୍ଭେ ଟିମ୍ କୁ ସହଯୋଗ କରୁଥିବା ଦେଖାଯାଉଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.