ରାୟଗଡ ଜିଲ୍ଳାର ୩୭୨୦ଜଣ କରୋନା ସଂକ୍ରମିତ

୬୦ ପ୍ରତିଶତରୁ ଅଧିକ ରହିଛି ସୁସ୍ଥତା ହାର

ରାୟଗଡ: ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରାୟଗଡ ଜିଲ୍ଳାରେ ୩୭୨୦ ଜଣ ରୋଗୀ ଆଜି ସୁଦ୍ଧା ଚିହ୍ନଟ ହେଲେଣି । ତେବେ ଏଥି ମଧ୍ୟରୁ ୨୨୫୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଜିଲ୍ଳାରେ ସୁସ୍ଥତା ହାର ୬୦.୫୬ ପ୍ରତିଶତ ରହିଥିବାରୁ ଏହା ଜିଲ୍ଳା ପାଇଁ ଏକ ଶୁଭ ଖବର ବୋଲି କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି । ଏ ନେଇ ଗୁରୁବାର ଦିନ ପୁଣି ଜିଲ୍ଳାରେ ୧୫୪ ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ନେଇ ସୂଚନା ଦେଇଥିଲେ ଶ୍ରୀ ଋତୁରାଜ ।

Omkar Vasthu
Omkar Vasthu

ମିଳିଥିବା ସୂଚନା ପ୍ରକାରେ ଜିଲ୍ଳାର କାଶିପୁର ବ୍ଳକରୁ ୪୬, ମୁନିଗୁଡାରୁ ୩୭, ପଦ୍ମପୁରରୁ ୨୬, ରାୟଗଡ ପୈାରାଂଚଳରୁ ୧୬ ଓ ଗ୍ରାମାଂଚଳରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଗୁଡାରୀ ଓ ରାମନାଗୁଡା ବ୍ଳକରୁ ୮ଜଣ ଲେଖାଁଏ ୧୬ଜଣ, ଚନ୍ଦ୍ରପୁରରୁ ୭, ବିଷମକଟକରୁ ୩ ଓ କଲ୍ୟାଣସିଂହପୁରରୁ ଜଣେ ଲେଖାଁଏ ମୋଟ ୧୫୪ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ବର୍ତମାନ ଜିଲ୍ଳାରେ ୪୬୪ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୭୬.୨୯ ପ୍ର୍ରତିଶତ ସୁସ୍ଥତା ହାରରେ ୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ମାତ୍ର ୨୩.୭୧ ପ୍ରତିଶତ ହାରରେ ୧୧୦ ଜଣ କରୋନା ଯୋଦ୍ଧା ଚିକିତ୍ସିତ ହେଉଛନ୍ତି । ଗୁରୁବାର ଚିହ୍ନଟଙ୍କ ମଧ୍ୟରେ ୯୨ ଜଣ କଂଟାକ୍ଟ ଟ୍ରେସିଂ,ଆଇଏଲଆଇ/ସାରି ଲକ୍ଷଣରେ ୧୦୨ ଜଣ ଚିହ୍ନଟ ହୋଇଛନ୍ତି ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଚିହ୍ନଟ ସମସ୍ତ ୧୫୪ ଜଣ ରୋଗୀ ହୋମ କ୍ୱାରେନଟାଇନରୁ ବୋଲି ସେ ସୂଚନା ଦେଇଛନ୍ତି ଏବଂ ବର୍ତମାନ ଜିଲ୍ଳାରେ ଚିକିତ୍ସିତ ରୋଗୀଙ୍କ ହାର ସଂଖ୍ୟା ୧୪୪୬ ରେ ରହିଥିବା ବେଳେ ସକ୍ରିୟ ହାର ୩୮.୮୭ ପ୍ରତିଶତରେ ରହିଛି ଏବଂ ବର୍ତମାନ ସୁଦ୍ଧା ଜିଲ୍ଳାରେ କରୋନାଜନୀତ ମୃତ୍ୟ ସଂଖ୍ୟା ୨୧ରେ ପଂହଚିଛି ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ସେହିପରି ଜିଲ୍ଳାର ବିଷମକଟକ ଓ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଅଗଷ୍ଟ ୨୭ରୁ ଆସନ୍ତା ୨୯ତାରିଖ ୩ଦିନ ପର୍ଯ୍ୟନ୍ତ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିଃବିଭାଗକୁ ବନ୍ଦ କରିବା ଓ ଆଶୁ ଓ ଜୁରରୀକାଳନୀ ଚିକିତ୍ସା ନିମନ୍ତେ କେବଳ ସେବା ଯୋଗାଇବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଜିଲ୍ଳାରେ ରାପିଡ୍ ଆଂଟିଜେନ ଟେଷ୍ଟିଂ ବୃଦ୍ଧି କରାଯାଇଥିବାରୁ ପଜିଟିଭ୍ ସଂଖ୍ୟା ଅଧିକ ହେଉଥିବା ବେଳେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଉଚିତ ସମୟରେ ମିଳି ପାରୁଥିବାରୁ ଜିଲ୍ଳାରେ ସୁସ୍ଥତା ହାର ମଧ୍ୟ ଭଲ ରହିଛି ତେଣୁ କୈାଣସି ପ୍ରକାର ଭୟଭୀତ ନ ହୋଇ ସର୍ତକତା ଓ ସଚେତନ ହୋଇ ରହିଲେ କରୋନାକୁ ହରାଇ ଜୀବନ ବଂଚାଇ ହେବ ବୋଲି ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.