ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରିହେପ୍ କଲୋନୀ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଲାଞ୍ଜିଗଡ଼ ଆଶ୍ରମପଡାର ବିକାଶ ପଟ୍ଟନାୟକଙ୍କ କାର୍ ବୋଲି ଜଣାପଡିଛି ।
ସୂଚନା ଅନୁସାରେ କାର୍(ଓଡ଼ି-୧୫ଏଲ-୪୪୮୪)ଧରି ସଜ ଲାଞ୍ଜିଗଡ଼ ଠାରୁ ରିହେପ୍ କଲୋନୀ ପଟେ ଯାଉଥିଲେ ଏହି ସମୟରେ ଭାରସାମ୍ୟ ହରାଇ ପାଚିରୀରେ ପିଟି ହୋଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in