ମିଶନ ମୋଡ୍ରେ କରୋନା ଲଢ଼େଇ
ରାୟଗଡ/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନିର ଉତ୍କଳ ହସ୍ପିଟାଲ୍କୁ ସରକାର କୋଭିଡ୍ କେୟାର ସେଂଟର (ସିସିସି) ମାନ୍ୟତା ଦେବା ସହ ରାୟଗଡ଼ା ଜିଲ୍ଲାର ଟିକିରିର ସ୍ୱାସ୍ଥ୍ୟ ସେବାକୁ ଏକ ବଡ଼ ଧରଣର ମାନ୍ୟତା ମିଳିଛି ଏବଂ ଏହା ସହିତ ଏହି ମେଡିକାଲ୍ ବ୍ୟବସ୍ଥା ଆଶାର ବଳୟକୁ ଆହୁରି ଆଗକୁ ବଢ଼ାଇବାର ଆଶା ବହୁତ ବଢ଼ିଯାଇଛି ଓ କରୋନା ବିରୋଧୀ ଲଢ଼େଇରେ ଏହା ଉଦାହରଣ ସୃଷ୍ଟି କରିଛି । ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ସ୍ଥାପନ କରାଯାଇଥିବା ଏହି ହସ୍ପିଟାଲ୍ ପୂର୍ବରୁ ସଂସ୍ଥାଗତ କ୍ୱାରେନଟାଇନ ଓ ଲକ୍ଷଣ ନ ଥିବା କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା । ଅତିରିକ୍ତ ଦାୟିତ୍ୱକୁ ନିର୍ବାହ କରିବା ଲାଗି ଉତ୍କଳ ହସ୍ପିଟାଲ୍ର ଡାକ୍ତର, ପାରାମେଡିକ୍ ଓ ସହାୟକ ଷ୍ଟାଫ୍ମାନେ ପ୍ରସ୍ତୁତ ହୋଇଯାଇଥିବାରୁ ଏଥିପ୍ରତି ସେମାନଙ୍କ ସଂକଳ୍ପ ସ୍ପଷ୍ଟ ପ୍ରତିଫଳିତ ହେଉଛି । ସୌଭାଗ୍ୟର ବିଷୟ ହେଉଛି, ଏହି ହସ୍ପିଟାଲ୍ରେ ୨୨ଟି ଶଯ୍ୟା, ୫୦୦ ଫୁଲ ବଡି ସୁଟ୍, ଏନ୍୯୫ ମାସ୍କ, ତିନି ଭେଂଟିଲେଟର, ରେସ୍ପିରେଟର ଓ ଡିଫିବ୍ରିଲେଟର ରହିଛି । କେବଳ ସେତିକି ନୁହେଁ, ଏଠାରେ ଦୁଇଟି ଆଇସିୟୁ ଶଯ୍ୟା ଓ ୨୨ ସାଧାରଣ ଶଯ୍ୟା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଉତ୍କଳ ଆଲୁମିନା ପକ୍ଷରୁ ରୋଗୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଛି । ଏହାକୁ ଏକ ଆରାମଦାୟକ ଅନୁଭୂତିରେ ପରିଣତ କରିବା ଲାଗି ଏହା ସବୁ ପ୍ରକାର ବ୍ୟବସ୍ଥା କରୁଛି ଯେଉଁଥିରେ ସାମିଲ ରହିଛି ସମସ୍ତ ୧୭ ଦିନର ରହଣୀ ପାଇଁ ହସ୍ପିଟାଲ୍ର ଗାଉନ ଓ କିଟ୍ ଆଦି ରହିଛି । ଏହି କାର୍ଯ୍ୟକୁ ୟୁଏଆଇଏଲ୍ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବା ବିଷୟ ଏଥିରୁ ପ୍ରମାଣିତ ହେଉଛି ଯେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ନିରୀକ୍ଷଣ କରିବା ପାଇଁ କୋଭିଡ୍ ସେଂଟରରେ ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡମାନେ ଘୂଣ୍ଣାୟମାନ ଭିତିରେ କାର୍ଯ୍ୟ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀମାନଙ୍କୁ ଔଷଧ ଦିଅଯାଉଛି ଯଦ୍ୱାରା ସେମାନେ ଶୀଘ୍ର ଭଲ ହେଉଛନ୍ତି । କ୍ଷେତ୍ରରେ ଥିବା ସଂଖ୍ୟା ସବୁ କାହାଣୀ ବର୍ଣ୍ଣନା କରୁଛି । ବର୍ତମାନ ସୁଦ୍ଧା ସିସିସିରୁ ୫୦ ଜଣ ଭଲ ହୋଇ ଡିସ୍ଚାର୍ଜ ହୋଇଥିବା ବେଳେ ୨୨ ଜଣଙ୍କ ଚିକିତ୍ସା ଜାରି ରହିଛି ।
ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ ସ୍ଥାନୀୟ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ କଂପାନିର ପ୍ରତିବଦ୍ଧତା ବିଷୟରେ ଆଲୋଚନା କରିଛନ୍ତି ଏବଂ ତାହାର ଫଳାଫଳ ସ୍ପଷ୍ଟ ଜଣାପଡ଼ୁଛି, ନୋଭେଲ କରୋନା ଭାଇରସ୍ର ମୁକାବିଲା ଲାଗି ୟୁଏଆଇଏଲ୍ ଶ୍ରେଷ୍ଠ ସମ୍ଭବ ସେବା ଓ ବ୍ୟବସ୍ଥା ପ୍ରଦାନ କରୁଛି । “ଟିକିରିରେ ମହାମାରୀର ପରିଚାଳନାରେ କୋଭିଡ୍ କେୟାର ସେଂଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଏହି ସଙ୍କଟରୁ ଜୀବନ ବଂଚାଇବା ଲାଗି ଆମର ଚାରି ରଖିଥିବା ବ୍ୟାପକ ଲଢ଼େଇର ଏହା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ମୋର ବିଶ୍ୱାସ ରହିଛି ଯେ ଆମର ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ସହାୟତାରେ ଏହି ସିସିସି ଅନ୍ୟମାନଙ୍କ ପାଇଁ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ” ବୋଲି ଶ୍ରୀ ନାଗେଶ କହିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in