ଶିକ୍ଷକ ସଂଘ ସଭାପତିଙ୍କ ମାତୃ ବିୟୋଗ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ତ୍ରିପାଠୀଙ୍କ ମାତା ଅନ୍ନପୂର୍ଣ୍ଣା ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଖ୍ୟାତନାମା ଶିକ୍ଷକ ସ୍ଵର୍ଗତ ଶୀତଳ ପ୍ରସାଦ ତ୍ରିପାଠୀଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ଜଣେ ଧର୍ମ ପରାୟଣା ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ଶବସତ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ର ଅଶୋକ ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ, ପୁତ୍ରବଧୂ , ନାତି, ନାତୁଣୀବୋହୂ, ଅଣନାତି, ଅଣନାତୁଣୀ ତଥା ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଥିଲେ । ପ୍ରେସ କ୍ଲବ ପକ୍ଷରୁ ସ୍ୱର୍ଗତ ଆତ୍ମାର ଶାନ୍ତିକାମନା କରାଯାଇ ଶୋକସଂତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେମାନଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Clickhere to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.