ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଭର୍ଚୁଆଲ୍ ଗୁରୁଦିବସ ସମାରୋହ

‘ଶିକ୍ଷାନୀତିକୁ ନେଇ ରାଜନୀତି ନହେଉ’

ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): ଶିକ୍ଷାନୀତିରେ ସଂସ୍କାର ଅପରିହାର୍ଯ୍ୟ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏଥିରେ ରାଜନୀତି ନକରି ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୀତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆବଶ୍ୟକ । ରାଜନୀତିରୁ ମୁକ୍ତ ହେଲେ ଯାଇ ଶିକ୍ଷାର ବିକାଶ ହେବ ଓ ଶିକ୍ଷକଙ୍କ ମର୍ଯ୍ୟାଦା ଫେରିଆସିବ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର୍ ଦିଗମ୍ବର ପାତ୍ର ମତପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଲେବାନନ୍‌ର ଆମେରିକାନ୍ ୟୁନିଭର୍ସିଟି ଅଫ୍ ବେରୁତ୍‌ରେ ରସାୟନ ବିଜ୍ଞାନ ପ୍ରଫେସର୍ ଭାବେ କାର୍ଯ୍ୟରତ ପ୍ରଫେସର୍ ପାତ୍ର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଭର୍ଚୁଆଲ୍ ଗୁରୁଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ସମାଜସେବୀ ତଥା ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷ ଇଂ.ଫକୀରମୋହନ ମାଝୀ ପ୍ରତିକୂଳ ପରିସ୍ଥିତିରେ ବିି ଶିକ୍ଷକ ସମାଜର ନିଷ୍ଠାକୁ ପ୍ରଶଂସା କରିବା ସହ ଶିକ୍ଷକମାନଙ୍କୁ ମଣିଷ ତିଆରି କାରଖାନାର ଇଂଜିନିୟର୍ ଆଖ୍ୟା ଦେଇଥିଲେ ।

Udyog Nursery
Udyogi Nursery

ଯୁବ ଲେଖକ ତଥା ମସ୍କାଗୁଡ଼ା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଶିକ୍ଷକ ଭବାନୀ ଶଙ୍କର ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବିଭୂତି ଭୂଷଣ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

ସତ୍ୟାନନ୍ଦ ବେରୁକ୍‌, ବିଷ୍ଣୁ ନାରାୟଣ ଭଞ୍ଜ, ସନ୍ଧ୍ୟାରାଣୀ ପୁଝାରୀ, ପ୍ରକାଶ ପଧାନ, ସଙ୍ଗୀତା ମିଶ୍ର, ସନ୍ତୋଷ ସାହୁ, ସତ୍ୟବାନ ସା, ସୂର୍ଯ୍ୟମଣି ପାତ୍ର, ତୁଳୁଗୁ ଗୁଣବର୍ଦ୍ଧନ ରାଓ, ଭାଗୀରଥୀ ବେରୁକ୍‌, ଜଗନ୍ନାଥ ମାଝୀ, ଝସକେତନ ବୁଦ୍ଧିଆ, ନିରାକାର ସାହୁ, ନିରଞ୍ଜନ ବୁଦ୍ଧିଆ, ନଳିନୀ ଜେନା, ମିନାକ୍ଷୀ ଭଞ୍ଜ, ବବିତା ପଧାନ, ଭୋଦେବ ନିଆଲ, ସୁରେଶ ଭୋଇ, ଜେମାମଣି ପଧାନ, ମନୋରମା ବେରୁକ୍‌, ଜ୍ୟୋତ୍ସ୍ନା କୁମାରୀ ଲିମା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.