୫୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ୫୮୦୮ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ମୃତ

ରାୟଗଡ: ରାୟଗଡ ଜିଲ୍ଳାରେ ଗୁରୁବାର ଦିନ ୫୮ଜଣ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୮୦୮ରେ ପଂହଚିଛି । ଏହି ୫୮ଜଣଙ୍କ ମଧ୍ୟରେ ୩୮ଜଣ ପୁରୁଷ ଓ ୨୦ଜଣ ମହିଳା ଆକ୍ରାନ୍ତ ରହିଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜିଲ୍ଳାରେ କରୋନାଜନୀତ ମୃତ ସଂଖ୍ୟା ୩୨ରେ ପଂହଚିଥିବା ବେଳେ ୭୮୭ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୯୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଳାର ମୁନିଗୁଡା ବ୍ଳକରୁ ସର୍ବାଧିକ ୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାୟଗଡ ପୈାରାଂଚଳରୁ ୧୩, କାଶିପୁରରୁ ୯, ଗୁଣପୁର ପୈାରାଂଚଳରୁ ୫, କଲ୍ୟାଣସିଂହପୁରରୁ ୪ ଚିହ୍ନଟ ହୋଇଛନ୍ତି । ଏଥିସହିତ ଚନ୍ଦ୍ରପୁର ଓ ରାୟଗଡ ଗ୍ରାମାଂଚଳରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ବିଷମକଟକ ଓ ପଦ୍ମପୁରରୁ ଜଣେ ଲେଖାଁଏ ମୋଟ ୫୮ଜଣ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ମିଳିଛି । ଅପରପକ୍ଷେ ୫୮ଜଣଙ୍କ ମଧ୍ୟରେ ୬ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୩୪ଜଣ ଓ ଆଇଏଲଆଇ/ସାରି ଲକ୍ଷଣରୁ ୩୧ ଚିହ୍ନଟ ହୋଇଛନ୍ତି ଏବଂ ୪୭ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି । ବର୍ତମାନ ୬ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ଜିଲ୍ଳାରେ ୬୧୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇସାରିଥିବା ବେଳେ ଏଥିରୁ ୪୯୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୧ଜଣ ଚିକିତ୍ସିତ ହେଉଛନ୍ତି ଥିବା ନେଇ ପ୍ରଶାସନ ତରଫରୁ ସୂଚନା ମିଳିଛି । କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଳା ପ୍ରଶାସନ ତରଫରୁ ନିବେଦନ କରାଯାଉଛି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Clickhere to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.