କୋକସରା: ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଓ ଶୁଷ୍କ ମରୁଡି ଅଞ୍ଚଳର ଚାଷୀଙ୍କୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି ବଣ୍ଟନ କରାଯାଉଛି। ସେହି କ୍ରମରେ ଆଜି କୋକସରା ବ୍ଲକ ମୋଟେର ପଞ୍ଚାୟତ ଠାରେ ଉଦ୍ୟାନ କୃଷି ଉପ ନିର୍ଦେଶକ କଳାହାଣ୍ଡି ଭବାନୀପାଟଣାଙ୍କ ତତ୍ୱାବଧାନରେ ଷାଠିଏ ଜଣ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଛି।
ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ଓ ଏଏଚଡବ୍ଲୁ ପ୍ରମିତଞ୍ଜଳି ବେହେରା, ଉଦ୍ୟାନ ସାଥି ଭୁପେନ୍ଦ୍ର ପଟ୍ଟନାୟକ, କମଳାକାନ୍ତ ବେଶ୍ରାଙ୍କ ଉପସ୍ଥିତିରେ ମୋଟେର ପଞ୍ଚାୟତର ଷାଠିଏ ଜଣ ଚାଷୀଙ୍କୁ ପନିପରିବା ବିହନ ବଣ୍ଟନ କରାଯାଇଥିଲା। ଉପଯୁକ୍ତ ବିହନ ପାଇ ସମସ୍ତ ଚାଷୀ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ କୋକସରା ବ୍ଲକ ର ପ୍ରାୟ ଷୋହଳ ସହ ଚାଷୀଙ୍କୁ ଏହି ବିହନ କିଟ ପ୍ରଦାନ କରାଯିବ ବୋଲି ଏଏଚଡବ୍ଲୁ ସୂଚନା ଦେଇଥିଲେ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in