ରାୟଗଡ ଓ ଗୁଣପୁରରେ ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ଯୋଗଦାନ

ରାୟଗଡ: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ରାୟଗଡ ଜିଲ୍ଳା କଲ୍ୟାଣ ବିଭାଗରେ ରାୟଗଡ ଓ ଗୁଣପୁରରେ ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ଦୁଇଜଣ ଯୋଗ ଦାନ କରିଛନ୍ତି । ରାୟଗଡରେ ଅତିରକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ଭାବେ ସଲମନ ରାଇକା ଯୋଗ ଦେଇଥିବା ବେଳେ ଗୁଣପୁରରେ ଅର୍ନ୍ତଯ୍ୟାମୀ କହଁର ଯୋଗ ଦେଇଛନ୍ତି । ଜିଲ୍ଳାରେ ରାୟଗଡ ସଦରରେ ଏହି ପଦବୀ ଦୀର୍ଘ ୨ବର୍ଷ ଧରି ଖାଲି ପଡିଥିବା ବେଳେ ଗୁଣପୁରରେ ଗତ ୬ମାସ ଧରି ଏହି ପଦବୀ ଖାଲି ପଡିଥିଲା । ତେବେ ଏହି ୨ଜଣ ଅଧିକାରୀଙ୍କ ନିଯୁକ୍ତ ପରେ ବିଦ୍ୟାଳୟ ସହ ଶିକ୍ଷକମାନଙ୍କ ସମସ୍ୟାଗୁଡିକ ସମାଧାନ ହୋଇ ପାରିବ ବୋଲି ଜଣାପଡିଛି । ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ରାୟଗଡ ଜିଲ୍ଳା ଶାଖା ତରଫରୁ ଉକ୍ତ ଦ୍ୱୟ ଅଧିକାରୀଙ୍କୁ ସ୍ୱାଗତ ସହ ଶୁଭ କାମନା ଜଣାଯାଇଥିବା ବେଳେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ମଧ୍ୟ ଦୁଇ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.