୭୫ ଚିହ୍ନଟ ପରେ ରାୟଗଡ ଜିଲ୍ଳାରେ ୫୯୮୮ରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ: ସେପ୍ଟେମ୍ବରରେ ବି କମିବା ଭଳି ଦେଖାଯାଉନି କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଫଳରେ ରାୟଗଡ ଜିଲ୍ଳାରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ଅଙ୍କୁଶ ଲଗେଇବା ଜିଲ୍ଳା ପ୍ରଶାସନ ପାଇଁ ଏକ ଚ୍ୟାଲେଂଜ ସଦୃଶ ହୋଇଛି । ଏହି ମହାମାରୀ କରୋନା ସଂକ୍ରମଣକୁ ବ୍ୟାହାତ କରିବା ପାଇଁ ବର୍ତମାନ ପର୍ଯ୍ୟନ୍ତ କୈାଣସି ପ୍ରତିଷେଧକ ଔଷଧ ବାହାରି ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ହୋଇ ରହିଛି । ପୁଣି ଶନିବାର ଦିନ ରାୟଗଡ ଜିଲ୍ଳାରୁ ୭୫ଜଣ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଫଳରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୫୯୮୮ରେ ପଂହଚିଛି । ଏହି ୭୫ଜଣଙ୍କ ମଧ୍ୟରେ ୪୨ଜଣ ପୁରୁଷ ଓ ୩୩ଜଣ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୩୨ଜଣ କରୋନାଜନୀତ ମୃତ୍ୟୁବରଣ କରିଛନ୍ତି । ତେବେ ଜିଲ୍ଳାରେ ସୁସ୍ଥତା ହାର ୮୫.୭୫ ପ୍ରତିଶତରେ ୫୧୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୨୧ଜଣ ସକ୍ରିୟ ରୋଗୀ ଘରେ ଏବଂ ବିଭିନ୍ନ କୋଭିଡ କେୟାର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାର ରାୟଗଡ ପୈାରାଚଂଳରୁ ସର୍ବାଧିକ ୨୩ଜଣ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରପୁର ବ୍ଳକରୁ ୯,ପଦ୍ମପୁର ଓ ରାୟଗଡ ଗ୍ରାମାଂଚଳରୁ ୮ଜଣ ଲେଖାଁଏ, କାଶିପୁରରୁ ୭, କଲ୍ୟାଣସିଂହପୁରରୁ ୬, ବିଷମକଟକରୁ ୪, ଗୁଣପୁର ପୈାରାଂଚଳ ଓ ମୁନିଗୁଡାରୁ ୩ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଗ୍ରାମାଂଚଳ ଓ କୋଲନରାରୁ ୨ଜଣ ଲେଖାଁଏ ମୋଟ ୭୫ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ୪ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କୁ ମିଶାଇ ଜିଲ୍ଳାରେ ବର୍ତମାନ ୬୩୩ଜଣ ଆକ୍ରାନ୍ତ ହୋଇସାରିଲେଣି । ତେବେ ୫୦୩ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୩୦ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏହି ୭୫ଜଣ ଚିିହ୍ନଟଙ୍କ ମଧ୍ୟରେ ୪୦ଜଣ କଂଟାକ୍ଟ ଟ୍ରେସିଂରୁ ଓ ୪୮ଜଣ ଆଇଏଲଆଇ/ସାରି ଲକ୍ଷଣରୁ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ୫୦ଜଣ ହୋମ କ୍ୱାରେନଟାଇନରୁ ଓ ଝାରଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶକୁ ୨ଜଣ ଯାଇ ଫେରିଥିବା ନେଇ ଗସ୍ତ ତଥ୍ୟ ରହିଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । କୋଭିଡ-୧୯ଗାଇଡଲାଇନକୁ କଡାକଡି ଭାବେ ଅନୁସରଣ କରି କରୋନା ଭଳି ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.