ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ପାଣ୍ଠିର ଅନିୟମିତତାକୁ ନେଇ ୯ ଦଫା ଦାବିରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ସେବା ସପ୍ତାହ ପାଳିତ ହୋଇଯାଇଛି‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଭାପତି ରମେଶ ଚନ୍ଦ୍ର ମାଝୀ ଓ ଲାଞ୍ଜିଗଡ଼ ମଣ୍ଡଳ ପ୍ରଭାରୀ ଜୟଶଙ୍କର ନାଏକଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହାସହ ବିଜେପି କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଜେପିର ଦାବୀ ଗୁଡିକ ହେଲା, ମନରେଗା କାର୍ଯ୍ୟରେ ଗାଁ ସାଥି ମାନଙ୍କ ଜରିଆରେ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦିଆଯାଉ। କାମକରିଥିବା ଜବକାର୍ଡଧାରୀଙ୍କ ବଦଳରେ କାମକରି ନଥିବା ଶ୍ରମିକଙ୍କ ନାମରେ ବିଲ୍ ଉଠାଣ ବନ୍ଦ କରାଯାଉ। ଜେସିପି ମେସିନ ଲଗାଇ କାମ କରାଯାଉଥିବା ବେଳେ ଅଧିକ ଅର୍ଥ ଉଠାଇ ଚଞ୍ଚକତା କରାଯାଉଥିବା ବନ୍ଦ କରାଯାଉ। ଖେଳ ପଡିଆ କାର୍ଯ୍ୟରେ ଠିକାଦାର ଦ୍ୱାରା କମ କାମ କରାଯାଇ ଅଧିକ ଅର୍ଥ ବିଲ୍ କରିବା ବନ୍ଦ କରାଯାଉ। ଗ୍ରାମ ରୋଜଗାର ସେବକ ମାନଙ୍କ ଦ୍ୱାରା କାମ କରି ନଥିବା ଜବକାର୍ଡ ସଂରକ୍ଷିତ ରଖାଯାଇ ବାରମ୍ବାର ଅର୍ଥ ଉଠାଣ କାରାଯାଉଛି ଏହାକୁ ବନ୍ଦ କରାଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନରେଗା ଟଙ୍କାକୁ ହିତାଧିକାରୀଙ୍କୁ ପ୍ରଦାନ ନକରି ଗ୍ରାମ ରୋଜଗାର ସେବକ ମାନଙ୍କ ଦ୍ୱାରା ହରିଲୁଟ କରାଯିବା ବନ୍ଦ କରାଯାଉ ଓ ଏହାର ଉଚିତ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳୀୟ ନେତା ଓ କର୍ମୀ ମାନେ ଦାବି କରିଛନ୍ତି ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ମଣ୍ଡଳର ସଭାପତି ଭାଗିରଥି ଧଙ୍ଗଡାମାଝୀ ଓ ବିରଞ୍ଚି ପ୍ରଧାନୀ, ଜିଲ୍ଲା ପ୍ରତିନିଧି ତୁଳସୀ ମାଝୀ ଓ ପ୍ରତିନିଧି ତ୍ରିନାଥ ପାତ୍ର ସଂପାଦକ ନରେନ୍ଦ୍ର ବେହେରା ଏବଂ ଅମ୍ରେଶ କୁମାର ବୁଦ୍ଧିଆ, ମଧୁସୂଦନ ବାଗ, ବବ୍ରୁ ବାହାନ ହରପାଲ, ଗୌତମ କୁମାର ନାଗ, ବିରଞ୍ଚି ବିଭାର, ଦେବ ପଟେଲ ଶ୍ରୀନିବାସ ଚଣ୍ଡୀ, ଡମେ ମାଝୀ ଓ ଦଳର କର୍ମକତ୍ତା ଉପସ୍ଥିତ ରହିଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.