କୋଭିଡ ସମୟରେ କୋର୍ସଫି କମାଇବାକୁ ଦାବିପତ୍ର ଦେଲେ ଇଣ୍ଟିଗ୍ରେଟେଡ ବିଏଡ୍ ଛାତ୍ରଛାତ୍ରୀ 

● ଦାବି ପୂରଣ ହେଲେ ଉପକୃତ ହେବେ ୪୦୦ ଛାତ୍ରଛାତ୍ରୀ

ବାଲେଶ୍ଵର,(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ କୋଭିଦ୍-୧୯ କାରଣରୁ ବାର୍ଷିକ କୋର୍ସ୍ ଫି କମାଇବାକୁ ଫକୀରମୋହନ କଲେଜର ଇଣ୍ଟିଗ୍ରେଟେଡ ବିଏଡ୍ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏଥିନେଇ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ସୋମବାର କଲେଜ୍ ଅଧ୍ୟକ୍ଷଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି । ଅଧ୍ୟକ୍ଷ ଡ. ଶ୍ରୀମୟ ଦାସ ଅଧିକାରୀ ସମସ୍ୟାକୁ ଗୁରୁତ୍ୱର ଭାବେ ଗ୍ରହଣ କରିବା ସହ ଦାବି ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ସମ୍ପାଦକଙ୍କ ସହ ଆଲୋଚନା କରି ଗୁରୁବାର ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରକାଶ ଥାଉକି, ଚଳିତ ବର୍ଷ କୋଭିଡ କାରଣରୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ଶିକ୍ଷା ମିଳିନାହିଁ କି ସେଥିପାଇଁ ଅତିଥି ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ସେହିପରି ୪ର୍ଥ ବର୍ଷ ଛାତ୍ରଛାତ୍ରୀଙ୍କ ବାଦ୍ ୧ମ, ୨ୟ ଓ ୩ୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ମିଳିନି। ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କମ୍ ରହିଛି । ଅନ୍ୟପକ୍ଷରେ, ପ୍ରାୟ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଖରାପ୍ ରହିଛି । ଏସବୁ କାରଣକୁ ଆଖି ଆଗରେ ରଖିଲେ ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା କରାଯାଇ ନପାରେ।

ସୂଚନା ମୁତାବକ, ଇଣ୍ଟିଗ୍ରେଟେଡ ଵିଏଡ୍ ପାଇଁ ବାର୍ଷିକ କୋର୍ସ ଫି ୪୦ ହଜାର ରହିଥିବା ବେଳେ ଦାବି ପୂରଣ ହେଲେ କଲେଜର ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଉପକୃତ ହେବେ। ଦାବି ପତ୍ର ପ୍ରଦାନ ସମୟରେ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ପ୍ରିୟବ୍ରତ ପାତ୍ର, ବିଶ୍ୱଜିତ୍ ପାତ୍ର, ମାନସ ଗିରି, ରୋହିତ ନନ୍ଦ, ବ୍ରଜେଶ୍ଵରୀ ପାଣିଗ୍ରାହୀ, ପ୍ରଜ୍ଞମିତା ଦାସ ପ୍ରମୁଖ ଉପସ୍ଥିତ ରହି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.