ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ଅମାନବୀୟ କାର୍ଯ୍ୟ: ଦୁର୍ନିତିର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ମୋହନା (ଏସ୍ ତ୍ରିପାଠୀ) : ଗଜପତି ଜିଲ୍ଲାର ମୋହନାଠାରେ ଅବସ୍ଥିତ ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ସମ୍ପାଦକଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ବିଦ୍ୟାଳୟର କର୍ମଚାରୀ। ଅଭିଯୋଗ ଅନୁସାରେ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ କରୋନା ସମୟରେ ବହୁବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ୮ ଜଣ କର୍ମଚାରୀଙ୍କୁ ବିଦ୍ୟାଳୟରୁ ମନମୁଖୀ ଭାବେ ବହିଷ୍କୃତ କରିଛନ୍ତି। ଏହି କର୍ମଚାରୀମାନେ ବହୁବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ, କିନ୍ତୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ନକରି ସମ୍ପାଦକ ବାହାର କରି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ଏକ ଅମାନବୀୟ କାର୍ଯ୍ୟ ହୋଇଥିବା ଯୋଗୁଁ ବିଦ୍ୟାଳୟର କର୍ମଚାରୀମାନେ ମିଳିତଭାବେ ମଂଗଳବାର ଦିନ ଗଜପତି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁଙ୍କ ଦୁର୍ନିତୀ, ଶୋଷଣ, କଳାକାର ନାମା ଓ ମନମୁଖୀ କାର୍ଯ୍ୟକଳାପ ଉପରେ ଲିଖିତ ଅଭିଯୋଗ କରିବା ସହିତ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ ।

Udyog Nursery
Udyogi Nursery


ଜିଲ୍ଲା ଅଧିକାରୀମାନେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅପରପକ୍ଷେ ସରକାରଙ୍କ ବିନାନୁମତିରେ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ଜିଲ୍ଲା ଓ ଜିଲ୍ଲା ବାହାରୁ ଶିକ୍ଷିତ ଯୁବକ/ଯୁବତୀମାନଙ୍କଠାରୁ ମୋଟା ଅଙ୍କର ଉତ୍କୋଚ ଗ୍ରହଣ କରି ସେମାନଙ୍କୁ ଚାକିରୀ ଦେବପାଇଁ କହି ଠକି ଭୂଆଁ ବୁଲାଉଥିବା ଅଭିଯୋଗ ଆସିଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ୧୪ଗୋଟି ପଦବୀ ଅନୁମୋଦନ ଲାଭ କରି ଆସୁଥିବାବେଳେ ବିଦ୍ୟାଳୟରେ ପ୍ରାୟ ୫୦ ଜଣଙ୍କୁ ନୂତନ ପଦପଦବୀରେ ସଂପାଦକ କମିଟିର ବିନା ପରାମର୍ଶରେ ନିଯୁକ୍ତି କରିଥିବାରୁ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


ସମ୍ପାଦକଙ୍କ ନିର୍ଦ୍ଦେଶନାରେ କୋମଳମତି ଛାତ୍ର ଛାତ୍ରୀଙ୍କ ଦ୍ଵାରା ବଣରୁ କାଠ ଆଣିବା, ପରିବା କାଟିବା, ପାଣି ବୋହିବା କାମରେ ନିଯୁକ୍ତି କରିବା ସହ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିଦେବାର ଆଳ ଦେଖାଇ ନିଜର ବ୍ୟବସାୟ ଓ ଘର କାମରେ ମଧ୍ୟ ନିୟୋଜିତ କରୁଥିବା ଅଭିଯୋଗ ହୋଇ ଆସୁଛି। ଏହାର ଭିଜିଲାନ୍ସ ତଦନ୍ତ ସହ ଏହି ମହାଘୋଟଲାର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ କର୍ମଚାରୀ, ଅଞ୍ଚଳବାସୀ ଓ ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି। ପ୍ରକାଶଥାଉକି ଅତୀତରେ ଚାଉଳ ଚୋରୀ ଓ ଗୋଦାମ ପୋଡି, ଷ୍ଟୋରେଜ ଏଜେଣ୍ଟ ଥାଇ ହେରଫେରରେ  ବହୁ ବାର ଜେଲ ଯାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.