ଲାଞ୍ଜିଗଡ ବ୍ଲକ ଯାଦବ ସମିତି ବୈଠକ: ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗଙ୍କୁ ସମର୍ଦ୍ଧନା

ଲାଞ୍ଜିଗଡ଼: ବିଶ୍ଵନାଥପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିଗଡ ବ୍ଲକ ଯାଦବ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ବୈଠକରେ ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ଯଦୁକୁଳ ପତି ଶ୍ରୀ ଶ୍ରୀ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇ ସଭାରମ୍ଭ କରାଯାଇଥିଲା। ଏହି ସଭାରେ କୁ-ସଂସ୍କାର, ଶିକ୍ଷା, ବୃତ୍ତି, ବାଣିଜ୍ୟ, ସାମାଜିକ ନୀତି ନିୟମ, ଅନ୍ଧବିଶ୍ଵାସ ଓ ଅନ୍ଯାନ୍ଯ ବିଷୟରେ ଆଲୋଚନା କରାଯାଇଥିଲା।

Udyog Nursery
Udyogi Nursery

ଉଦୟମାନ ଯୁବ ନେତୃତ୍ବ ଡିଲେଶ କୁମାର ନାଗଙ୍କୁ ଲାଞ୍ଜିଗଡ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ଲାଞ୍ଜିଗଡ ବ୍ଲକ ଯାଦବ ସମିତି ପକ୍ଷରୁ ଶ୍ରୀ ନାଗଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଡିଲେଶ କୁମାର ନାଗ ଅଦ୍ୟାବଧି ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଭାବେ ତୃଣମୂଳ ସ୍ତରରୁ ଯୁବକମାନଙ୍କୁ ସଂଗଠିତ କରି ସମାଜ ସେବା କରିଆସୁଛନ୍ତି। ଡିଲେସ ନାଗ ଓ ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗଙ୍କ ବଳିଷ୍ଠ ନେତୃତ୍ବରେ ଲାଞ୍ଜିଗଡ଼ ବ୍ଲକ ଏକ ଆଦର୍ଶ ବ୍ଲକ ଭାବେ କଳାହାଣ୍ଡି ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.