ପିଇବା ପାଣି ପାଇଁ ଡହଳବିକଳ ଚେଙ୍ଗଲି ଗ୍ରାମବାସୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଘରେ ଘରେ ପାନୀୟ ଜଳର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଉପକୃତ କରୁଛନ୍ତି ରାଜ୍ୟ ସରକାର । ତେବେ ରାୟଗଡ ଜିଲ୍ଳା କୋଲନରା ବ୍ଳକ ରେଖାପଦର ଗ୍ରାମ ପଂଚାୟତ ଅର୍ନ୍ତଗତ ଚେଙ୍ଗଲି ଗ୍ରାମ ରହିଯାଇଛି ବିଭାଗୀୟ ଅଧିକାରୀଙ୍କ ଆଢୁଆଳରେ । ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଚେଙ୍ଗିଲି ଗ୍ରାମରେ ୪୮ଟି ପରିବାର ରହୁଥିବା ବେଳେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୫ଟି ନଳକୂପ ରହିଥିଲେ ସୁଦ୍ଧା ଗୋଟିଏ ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ତିନୋଟିରୁ କାଦୁଅ ଭଳି ପାଣି ନିର୍ଗତ ହେଉଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁ ନ ଥିବା ବେଳେ ଆଉ ଗୋଟିଏ ଠିକ୍ ଥିଲେ ମଧ୍ୟ ମରାମତି ଅଭାବରୁ ଘଂଟା ଘଂଟା ଧରି ମାରିଲେ ଅଳ୍ପମାତ୍ରାରେ ପାଣି ନିର୍ଗତ ହେଉଛି ଯାହା ଫଳରେ ଏତେ ପରିବାର ପାଇଁ ଏହା ସମୁଦ୍ରକୁ ଶଙ୍ଖେ ଭଳି ଲାଗୁଛି । ଅପରପକ୍ଷେ ସୋଲାର ବ୍ୟବସ୍ଥା ମାଧ୍ୟମରେ ଚେଙ୍ଗଲି ଗ୍ରାମରେ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରାଯିବା ନେଇ ବିଭାଗୀୟ ଅଧିକାରୀମାନେ ଯୋଜନା କରି ଦେଇ ଚାଲିଯାଇଥିବା ବେଳେ ଥିବା ନଳକୂପଗୁଡିକ ଅଚଳ ପଡିଥିବାରୁ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

Udyog Nursery
Udyogi Nursery

ଗତ ୯ମାସ ଧରି ଗାଁରେ ପାନୀୟ ଜଳର ଅଭାବକୁ ନେଇ ଗ୍ରାମବାସୀମାନେ ପ୍ରତିଦିନ ସଂଘର୍ଷ କରୁଥିବା ବେଳେ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜଳ ଯୋଗାଣ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଗ୍ରାମବାସୀଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଛି । ଚେଙ୍ଗଲି ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ପିଇଓଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ନେଇ କୈାଣସି ଅଭିଯୋଗ ମିଳି ନ ଥିବା କହିଥିବା ବେଳେ ରାୟଗଡ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରିତେଶ ସାହୁ ସମସ୍ୟା ସଂପର୍କରେ ଅବଗତ ଅଛୁ ଯଥାଶୀଘ୍ର ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.