ବରିଷ୍ଠ ଆଇନଜୀବୀଙ୍କ ପରଲୋକରେ ଓକିଲ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଆଜି ବରିଷ୍ଠ ଓକିଲ ସହଦେବ ଚୈାଧୁରୀଙ୍କ ଅକାଳ ବିୟୋଗକୁ ନେଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ୧୪ତାରିଖ ମକର ସଂକ୍ରାନ୍ତି ଦିନରେ ରାୟଗଡ ଓକିଲ ସଂଘର ବରିଷ୍ଠ ଓକିଲା ଶ୍ରୀ ଚୈାଧୁରୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ନୀରବ ପ୍ରାର୍ଥନାରେ ସଂଘର ସଭାପତି ବ୍ରଜସୁନ୍ଦର ନାୟକ, ମହେଶ୍ୱର ମହାପାତ୍ର, ବିଷ୍ଣୁପ୍ର୍ରସାଦ ପଣ୍ଡା, ଡି.କୁମାର ସ୍ୱାମୀ, କେଜିଏଚ କୁମୁନ୍ଦନ, ରାମପ୍ରସାଦ ପାତ୍ର, ମୋହନ ନାୟକ, ରମାକାନ୍ତ ଜେନା, ବିରଜା ପ୍ରସାଦ ପାତ୍ର, ମୋନଜ କୁମାର ରଥ, ସୀତରାମ ପଣ୍ଡା, ଅରୁଣ ଲେଙ୍କା, ରବିପ୍ରସାଦ ମହାପାତ୍ର, ଶୁଭ୍ରା ପଣ୍ଡାଙ୍କ ସମେତ ଅନ୍ୟମାନେ ସ୍ୱର୍ଗତଃ ଚୈାଧୁରୀଙ୍କ ସ୍ମୃତିଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଜି ଗୋଟିଏ ଦିନ ଓକିଲ ସଂଘର ସମସ୍ତ ଓକିଲ କୋର୍ଟ କାର୍ଯ୍ୟରୁ ନିବୃତ ରହିବା ପାଇଁ ସ୍ଥିତ ହୋଇଥିବା ବେଳେ ସଂଘ ସଭାପତି ସ୍ୱର୍ଗତଃ ଶ୍ରୀ ଚୈାଧୁରୀଙ୍କ ଓକିଲାତି ଓ ରାଜନୀତି ବିଷୟରେ ଏବଂ ବରିଷ୍ଠ ଓକିଲ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ତାଙ୍କ ସହନଶୀଳତା ଓ କୋର୍ଟ କାର୍ଯ୍ୟରେ ସମସ୍ତଙ୍କ ପାଇଁ ସାଲିସ କରିବା ଶ୍ରୀ ଚୈାଧୁରୀଙ୍କ ଏକ ଉକୃଷ୍ଟଗୁଣ ଥିଲା ବୋଲି କହିଥିବା ନେଇ ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.