ଭବାନୀପାଟଣା: ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ସପ୍ତାହ ପାଳିତ ହୋଇଯାଇଛି। କୋଭିଡ-୧୯ ମହାମାରୀର ଗାଇଡ଼ଲାଇନ ନିୟମ ମାନି ପାଳନ କରାଯାଇଥିଲା। ଏହି ଦିବସ ଅବସରରେ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ସୁତମ କୁମାର ନାୟକ ମୁଖ୍ୟ ଅତିଥି, କିସ୍-କିଟ୍ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପ୍ରଧାନ ମୁଖ୍ୟ ବକ୍ତା, ସ୍କୁଲର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଚରିତ, ତ୍ୟାଗ, ରାଷ୍ଟ୍ର ଗଠନ ବିଷୟରେ ଅତିଥି ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ନାୟକ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀକୁ ଆଧାର କରି ନିଜକୁ ରାଷ୍ଟ୍ର ଗଠନରେ ସାମିଲ କରିବା ଓ କାର୍ଯ୍ୟରତ ହେବା ବୋଲି ମତ ପ୍ରଦାନ କରିଥିଲେ। ଶେଷରେ ସ୍କୁଲର ଶିକ୍ଷକ ତୁଲାରାମ ଖମାରୀ ଧନ୍ୟବାଦ ଦେଇଥିଲେ।