ଭବାନୀପାଟଣା: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ – ୨୦୨୧ ପାଳନ ଅବସରରେ ସମ୍ମାନୀତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ତଥା ଜାତୀୟ ନିଉଜ ଚ୍ୟାନେଲ ଯଦୁ ନିଉଜ୍ ନେସନ୍ ର ସିଏମଡି ଗୋବିନ୍ଦ ବନଛୋର। ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନରେ ଠିକ ସମୟରେ ଆଶୁ ଚିକିତ୍ସା ନିମନ୍ତେ ଭର୍ତି କରେଇ ଥିବାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲା ସଡ଼କ ସୁରକ୍ଷା ସମିତି ଦ୍ୱାରା ଜିଲ୍ଲାପାଳ କଳାହାଣ୍ଡି, ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ଆଞ୍ଚଳିକ ପରିବହନ ଅଧିକାରୀ କଳାହାଣ୍ଡିଙ୍କ ଦ୍ୱାରା ପ୍ରସଂଶା ପତ୍ର ଓ ଉପଢ଼ୌକନ ପ୍ରଦାନ ସହ ସମ୍ମାନୀତ କରାଯାଇଛି। ଏହି ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରୀଯୁକ୍ତ ବନଛୋରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।