ନିଜ ସହରରେ ସମ୍ବର୍ଦ୍ଧିତ ହେଲେ ଡ଼ଃ ସାଧୁରାମ ଅଗ୍ରଓ୍ବାଲ

କଳାହାଣ୍ଡି: ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନିଜ ସହର ରୁପ୍ରାରୋଡରେ ସମ୍ବର୍ଦ୍ଧିତ ହୋଇଛନ୍ତି ଡ଼ଃ ସାଧୁରାମ ଅଗ୍ରୱାଲ। ସେ ରୟାଲ ଆମେରିକା ୟୁନିଭରସିଟି ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ ହେବାପରେ ମାରଓ୍ବାଡି ସମ୍ମେଳନ ପକ୍ଷରୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପରିସରରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ମାରଓ୍ବାଡି ସମ୍ମେଳନ ମଣ୍ଡଳୀୟ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ପୂର୍ବତନ ବିଧାୟକ କୁମରମଣି ଶବର, ଭବାନୀପାଟଣା ଆକାଶବାଣୀ ଅଧିକାରୀ ହରେକୃଷ୍ଣ ଭୋଇ, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, କଳାହାଣ୍ଡି ଜିଲ୍ଲା ମାରୱାଡ଼ି ସଂଘ ସଂପାଦକ ଶଙ୍କର ଲାଲ ଅଗ୍ରୱାଲଙ୍କ ସମେତ ଡା. ଅଶୋକ କୁମାର ମୁଣ୍ଡ, ଯୁଧିଷ୍ଠିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡ଼ଃ ଅଗ୍ରଓ୍ବାଲଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାସହ ତାଙ୍କର ସେବା ମନୋବୃତ୍ତି ଓ ଜୀବନ ଦର୍ଶନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ଶ୍ରେୟ ମୋ ମାଟି ଓ ଅଞ୍ଚଳବାସୀଙ୍କୁ ଦେଉଛି ବୋଲି ଡ଼ଃ ଅଗ୍ରଓ୍ବାଲ ସମ୍ବର୍ଦ୍ଧନାର ଉତ୍ତରରେ ପ୍ରକାଶ କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.