ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ରାୟଗଡ ଗସ୍ତ

ବେକାରୀ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ -ସୁବ୍ରତ ବାଗଚୀ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ ଜୈନ ମେମୋରିଆଲ ହଲ ଠାରେ ଜିଲ୍ଳାସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ସହାୟତାରେ ରାୟଗଡ ଜିଲ୍ଳା ଦକ୍ଷତା ବିକାଶ କମିଟି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରୀ, ଓଡିଶା ସରକାର ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ର୍ରତ ବାଗଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଉଦୟନାଥ ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu


ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୈଷିୟିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ରଘୁ ଜୀ, ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା.ଜିଲ୍ଳା ଶିଳ୍ପ ସଂସ୍ଥା ମାନଙ୍କର ପ୍ରତିନିଧି ଓ ଜିଲ୍ଳା ଦକ୍ଷତା ବିକାଶ କମିଟିର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ବାଗଚୀ ଦୀପ ପ୍ରଜ୍ଜଳନ କରି କର୍ମଶାଳାର ଉଦଘାଟନ କରି ସ୍ଥାନୀୟ ଶିଳ୍ପାନୁଷ୍ଠାନ ତଥା ବୈଷୟିକ ଅନୁଷ୍ଠାନକୁ ନେଇ ଏକ ଯୋଜନା କରି ସ୍ଥାନୀୟ ବେକାର ଯୁବକଯୁବତୀମାନଙ୍କର ଦକ୍ଷତାର ବିକାଶ ହୋଇପାରିବ ଏବଂ ସେମାନଙ୍କୁ କର୍ମ ସଂସ୍ଥାନ ପାଇପାରିବେ ସେହି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି ଏବଂ ୯୬ପ୍ରତିଶତ ରଖିଥିବା ଇଂଜିନିୟରିଂ ଛାତ୍ରମାନେ ବେକାର ରହିଥିବା ବେଳେ ଆଇଟିଆଇ କରିଥିବା ଛାତ୍ରମାନେ କର୍ମ ନିଯୁକ୍ତି ପାଇ ପାରୁଛନ୍ତି ତେଣୁ ଆଇଟିଆଇ ଶିକ୍ଷା ଉପରେ ଶ୍ରୀ ବାଗଚୀ ଗୁରୁତ୍ୱାରୋପ କରିଥିଲେ ।


ଏହି କର୍ମଶାଳାକୁ ଜିଲ୍ଳା ନିୟୋଜନ ଅଧିକାରୀ ରାଜେନ୍ଦ୍ର ପ୍ରକାଶ ଟେଟେ ପରିଚାଳନା କରିଥିବା ବେଳେ ଆଖପାଖ ଶିଳ୍ପାନୁଷ୍ଠାନ ୟୁଏଆଇଏଲ, ଇମ୍ଫା, ଫିମାକେମ୍‌, ଜେକେ କାଗଜ କଳ ପ୍ରଭୁତିର ସଦସ୍ୟମାନେ ଯୋଗ ଦେଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ୫୦ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ସେହିପରି ରାୟଗଡ ସହରରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ୟୁଜିଏମଆଇଟି କଲେଜକୁ ଶ୍ରୀ ବାଗଚୀ ପରିଦର୍ଶନ କରି ତାଲିମ ନେଉଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.