ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

ଜୟପାଟଣା, (ଧନେଶ୍ଵର ପୁଞ୍ଜି): ମନରେଗା ଯୋଜନାରେ କାର୍ଯ୍ୟରତ ଜୟପାଟଣା ବ୍ଲକ ଗାଁ ସାଥି ବା ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ମୁନା କୁମାର ବାଗଙ୍କ ନେତୃତ୍ବରେ ସମସ୍ତ ଗାଁ ସାଥି ବା ମେଟ୍ ମିଶି ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏ୍ୟୖଶ୍ଚର୍ଯ୍ୟା ସାମନ୍ତରାୟଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ମନରେଗା ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ପାଇ ନ ଥିବା ଗାଁ ସାଥି ମେଟ୍ ମାନଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରାଯାଉ। ଚିଠି ନମ୍ବର ୯୪୦ ତା ୧୧/୦୯/୨୦୧୯ ରିଖ ଅନୁଯାୟୀ ସମସ୍ତ ଗାଁ ସାଥି ମେଟ୍ ମାନଙ୍କୁ ମାସକୁ ଦଶ ଦିନରୁ ଉର୍ଦ୍ଧ୍ବ ମନରେଗା ଯୋଜନା କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ ଦାବି ଜଣାଇଥିଲେ। ମନରେଗା ଯୋଜନାରେ ସମସ୍ତ ଗାଁ ସାଥି ମେଟ୍ ମାନଙ୍କର ସ୍ଵତନ୍ତ୍ର ସେମି ସ୍କିଳ ଏମ୍ ଆର୍ ସପ୍ତାହର ଶେଷ ପୂର୍ବରୁ ବାହାର କରି ଗାଁ ସାଥି ମେଟ୍ ମାନଙ୍କର ଦସ୍ତଖତ ସହିତ ସପ୍ତାହର ଶେଷରେ ଗାଁ ସାଥି ମେଟ୍ ମାନଙ୍କର ପ୍ରାପ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ପଞ୍ଚାୟତ ରାଜ ବିଭାଗ ଓଡ଼ିଶା ସରକାର ଙ୍କ ଚିଠି ନମ୍ବର ୨୩୭୩୫ ତା ୧୮/୧୨/୨୦୧୯ ରିଖ ଅନୁଯାୟୀ ସମସ୍ତ ପଞ୍ଚାୟତରେ ସି ଏଫ୍ ସି/ଏସ୍, ଏଫ୍ ସି ପ୍ରକଳ୍ପ କାର୍ଯ୍ୟରେ ଶ୍ରମିକ ନିୟୋଜିତ କରିବା ପାଇଁ ଅନୁମତି ପ୍ରଦାନ କରାଯିବା ତଥା ସମସ୍ତ ଲାଇନ୍ ଡିପାର୍ଟମେନ୍ଟ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଅନୁରୋଧ କରିଥିଲେ। ଏଥିରେ ସମସ୍ତ ଗାଁ ସାଥି ମେଟ୍ ସାମିଲ ହୋଇ ଦାବି ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.