୭ ତାରିଖରେ ତପସ୍ୟା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ

● ପ୍ରଫେସର ବାଉରୀବନ୍ଧୁ କର, ଡ. ଦେବାଶିଷ ପାତ୍ର ଓ ସଂଘମିତ୍ରା ଭୁତିଆଙ୍କୁ ପୁରସ୍କାର

● ଉନ୍ମୋଚିତ ହେବ ଲେଖକ ଭୌମିକ ମହାନ୍ତି, ଡିଲେଶ୍ୱର ରଣା, ସୁରେଖା ମହାପାତ୍ର, ପ୍ରଶାନ୍ତ ପଟ୍ଟନାୟକଙ୍କ ପୁସ୍ତକ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ଅନୁଷ୍ଠାନ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଆସନ୍ତା ସାତ ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ ଚେମ୍ବର ଅଫ କମର୍ସ ପ୍ରେକ୍ଷାଳୟଠାରେ ଏହାର ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ ହେବ। ଏହି ସମାରୋହରେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ଆକାର ପଟେଲ, ପ୍ରଖ୍ୟାତ କଥାକାର ତଥା ସମ୍ପାଦକ ଡ. ଗୌରହରି ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ ଡ. ଅପୂର୍ବାନନ୍ଦ ଅତିଥି ଭାବେ ଉପସ୍ଥିତ ରହି ବକ୍ତବ୍ୟ ରଖିବେ।

Omkar Vasthu
Omkar Vasthu


ଏଥିରେ ବର୍ଷ ୨୦୨୦ ପାଇଁ ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୦’, ଆଦିବାସୀ ଜନଜୀବନ ଓ ସାହିତ୍ୟ ସମ୍ପର୍କରେ ଗବେଷଣା କରୁଥିବା ଡ. ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୦’ ଏବଂ ତରୁଣ ଲେଖିକା ସୁଶ୍ରୀ ସଂଘମିତ୍ରା ଭୁତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୦’ ରେ ସମ୍ମାନିତ କରାଯିବ। ଉପରୋକ୍ତ ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା, ମାନଫଳକ ଓ ଉପାୟନ ପ୍ରଦାନ କରାଯିବ। ଏଥି ସହିତ ଲେଖକ ଭୌମିକ ମହାନ୍ତିଙ୍କ ‘ଆଇ ଡିଡ ଡିଡ ଆଇ’, ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ପ୍ରଥମ ଗଳ୍ପ ପୁସ୍ତକ ‘ସେଁର୍‌ରା’, କବି ସୁରେଖା ମହାପାତ୍ରଙ୍କ ‘ଜୀବନ ରଙ୍ଗରୁ ରାଗ ଯାଏଁ’, ବରିଷ୍ଠ ସାହିତ୍ୟିକ ପ୍ରଶାନ୍ତ ପଟ୍ଟନାୟକଙ୍କ ‘ଦି ଇନଫିଡେଲ’ ପୁସ୍ତକ ଉନ୍ମୋଚିତ ହେବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏହି ଉତ୍ସବ ପରିଚାଳିତ ହେବ ବୋଲି ଫାଉଣ୍ଡେସନର ଟ୍ରଷ୍ଟି ଡ. ଜୁଲି ମିଶ୍ର ଓ ଅଧ୍ୟକ୍ଷ ଡ. ତପନ ପଣ୍ଡା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କଥାକାର ବିଭୂତି ଭୂଷଣ ପ୍ରଧାନ (ମରଣୋତ୍ତର) ଓ ବରିଷ୍ଠ ନାଟ୍ୟକାର ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ତପସ୍ୟା ଶାଶ୍ୱତ ପୁରସ୍କାର, ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ଓ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ତପସ୍ୟା ସୃଜନ ପୁରସ୍କାର ଏବଂ ତରୁଣ ଲେଖକ ନିଖିଳେଶ ମିଶ୍ର ଓ ତରୁଣ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ଯଥାକ୍ରମେ ବର୍ଷ ୨୦୧୮ ଓ ୨୦୧୯ ପାଇଁ ପ୍ରଦାନ କରାଯାଇସାରିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.