କଳାରୁଦ୍ର ଯୁବକ ସଂଘ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ହଜାରୀପଡା ଗ୍ରାମରେ କଳାରୁଦ୍ର ଯୁବକ ସଂଘ ର ମିଳିତ ଆନୁକୂଲ୍ୟରେ କରୋନା ସଚେତନ କାର୍ଯ୍ୟକ୍ରମ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଗ୍ରାମର ପୁରୁଷ ମହିଳା ମାନଙ୍କୁ ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ବଜାଇ ରଖିବା, ଘରୁ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା, ସେନିଟାଇଜର କିପରି ଭାବରେ ହାତ ଧୋଇବା, ବୟସ୍କ ବ୍ୟକ୍ତି ମାନଙ୍କର ଯତ୍ନ୍ନ କିପରି ନେଇପାରିବେ ତାହାଉପରେ ଆଲୋଚନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅଙ୍ଗନବାଡି କ୍ରମୀ ମମତା ସାହୁ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଆଶା କର୍ମୀ ରଜନୀ ସାହୁ, ଜାତୀୟ ଯୁବ ସ୍ୱେଚ୍ଛା ସେବୀ ମିଳନ କୁମାର ଭୋଇ, ମୁକେଶ ବାରିକ ଉପସ୍ଥିତ ଥିବାବେଳେ ସଂଘ ର ସଭାପତି ସନତ କୁମାର ସାହୁ ସମ୍ପାଦକ ସଂଜୀବ ସାହୁ, ରେଶବ ସାହୁ, ଅରବିନ୍ଧ, ଦୃବାଦଲ, ଦୟାନିଧି, ତୁଷ୍ମନ୍ତ, ମେହେର, ଟିଲୁ, ଲଳିତ, ପିଣ୍ଟୁ, ଭୈରବ, ହେମନ୍ତ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂଘର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.