ବନ୍ଧପାରିଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତଠାରେ ଉନ୍ନୟନ ସଂସ୍ଥା ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉନ୍ନୟନ ସମ୍ପାଦିକା ଫୁଲମେ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ,ସଂମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ପ୍ରଫେସର ଜିତେନ୍ଦ୍ର ମୁଣ୍ଡ, ଡୁଙ୍ଗିରି ଗାଁ ସ୍କୁଲ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାୟକ, ବନ୍ଧପାରି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ତିଲତମା ଦଳେଇ, ବନ୍ଧପାରି ସ୍ୱାସ୍ଥ୍ୟ କର୍ମୀ ବାସନ୍ତି ମାଝୀ, ହେଲଥ କମିନିଟି ଅଫିସର ମମତାମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ବର୍ତ୍ତମାନ ସମାଜରେ ମହିଳାଙ୍କ ଭୁମିକା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆଇନରେ କଣସବୁ ବ୍ୟବସ୍ଥା ରହିଛି ସେ ଉପରେ ବିଶ୍ୱନାଥପୁର ଥାନା ଅଧିକାରୀ ଶ୍ରୀ ମାଝୀ ଜଣାଇଥିଲେ।ଏହି ଅବସରରେ ସନ୍ତକବି ଭୀମଭୋଇ ସ୍ୱୟଂ ସହାୟକ ଗୋଷ୍ଠୀ କାଣ୍ଡାମା ମହିଳାମାନଙ୍କୁ ୨ଲକ୍ଷ, ମା ଖମ୍ବେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ପୋଖରୀ ମହିଳାମାନଙ୍କୁ ୧ ଲକ୍ଷ,ମା ଧରଣୀ ସ୍ୱୟଂ ସହାୟକ ଗୋଷ୍ଠୀ କୁଟୁରୁଗୁଡା ମହିଳା ମାନଙ୍କୁ ୧ ଲକ୍ଷ ୨୦ ହଜାର, ଗୋଇପିଟା ଗ୍ରାମର ମା ଧରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୨ ଲକ୍ଷ,ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ କାଟୁଲବାଇ ମହିଳାଙ୍କୁ ୨ ଲକ୍ଷ ଟଙ୍କାର ଋଣ ସ୍ୟୁକୃତି ପତ୍ର ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜ ନିଜ ମତ ରଖିଥିଲେ।କାର୍ଯ୍ୟକ୍ରମଟିକୁ ସୁରେଶ ସଂଗ୍ରାମ ପରିଚାଳନା କରିଥିବାବେଳେ ବାବିନା ମାଝୀ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଧରମପଦ ଦୀପ, ରୁବି ମାଝୀ, ମୁକ୍ତା ବେହେରା, ସୁବାସିନୀ ଦଳପତି, ସୁଷମା ମହାରଣା, ଚତୁର ବାଗ ଓ ଉନ୍ନୟନ ସଂସ୍ଥାର ସମସ୍ତ କମକର୍ତ୍ତା ସହଯୋଗ ଦେଇଥିଲେ ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.