ଏପ୍ରିଲରୁ ରବିବାରିଆ କ୍ଳାସ୍ ବନ୍ଦ

ଭୁବନେଶ୍ୱର: ଏପ୍ରିଲ ମାସରୁ ସ୍କୁଲ୍‌ରେ ରବିବାର କ୍ଲାସ୍‌ ବନ୍ଦ ହେବ। କେବଳ ସୋମବାରରୁ ଶନିବାର କ୍ଳାସ୍ ହେବ ଓ ରିଭିଜନ କ୍ଲାସ୍‌ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, କୋର୍ସ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର୍ କ୍ଲାସ୍‌ର ଆବଶ୍ୟକତା ନାହିଁ। ପିଲାଙ୍କ ଉପସ୍ଥାନ ବି ଧୀରେଧୀରେ କମିଆସିଲାଣି। ପିଲାଏ ଏବେ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ ଦେଉଛନ୍ତି।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସ୍କୁଲ୍‌ ସମୟ ବଦଳିଥିଲା। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ କ୍ଲାସ୍‌ ହେବାନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲା। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.