ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି: ନର୍ଲା ବ୍ଳକ ଅନ୍ତର୍ଗତ ବୁଢିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଲେଶ୍ବର ସାହୁ, ସ୍ଥାନୀୟ ଓ୍ବାର୍ଡ ସଭ୍ୟା ଲବଙ୍ଗ ଧଙ୍ଗଡାମାଝୀଙ୍କ ସମେତ ଏସଏମସି ସଭ୍ୟସଭ୍ୟା ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।

Omkar Vasthu
Omkar Vasthu


ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୧୭ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁର୍ଗାମାଧବ ତ୍ରିପାଠୀ ପରିଚାଳନା କରିଥିବାବେଳେ ଶିକ୍ଷକ କୃତାଞ୍ଚଳ ସାହୁ, ସ୍ବରାଜ କୁମାର ସାମନ୍ତରାୟ ଓ ଶିକ୍ଷୟତ୍ରୀ ସତ୍ୟଭାମା ପଣ୍ଡା ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.