କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍’

କଳାହାଣ୍ଡି: ଘୋଷିତ ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୦ । ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଏହି ପୁରସ୍କାର ପାଇଥିବା ବେଳେ ଏକାଡେମୀ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ କଳାହାଣ୍ଡିର ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଖଂଗାର୍‌’ ରହିଥିବା ସୂଚନା ମିଳିଛି । ଏହା ଜଣାପଡ଼ିବା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ସୁଧୀର ଗଳ୍ପ ସମେତ କବିତା, ପ୍ରବନ୍ଧ, ଲଳିତ ନିବନ୍ଧ, ଫିଚର୍‌, ଅନୁବାଦ, ସଂପାଦନା, ଅଭିନୟ, ରେଡିଓ ଉପସ୍ଥାପନା ଆଦି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ସାରିଛନ୍ତି । ସାହିତ୍ୟ ସାଧନା ପାଇଁ ସେ ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ‘ମୁଲାକାତ୍‌’ କାର୍ଯ୍ୟକ୍ରମକୁ ଗଳ୍ପ ପାଠ ପାଇଁ ଏବଂ ୱାର୍ଲ୍ଡ ଏସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍‌ଚର୍ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭକୁ କବିତା ପାଠ ପାଇଁ ଆମନ୍ତ୍ରିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ୰ଯଦୁମଣି ଧଙ୍ଗଡ଼ାମାଝୀ ଓ ପ୍ରତିମା ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ସଂପ୍ରତି ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ ଅବସ୍ଥାପିତ । ଏଥିସହ ସେ ଅଗ୍ରଣୀ ସାହିତ୍ୟ ପତ୍ରିକା ‘ମହୁରି’ ତଥା ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସଂପାଦକ ଏବଂ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ ଭାବେ କାର୍ଯ୍ୟରତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.