ବିଦ୍ୟୁତ ଆଘାତରେ ଶିଶୁ ଶ୍ରମିକ ଓ ଅନ୍ୟ ଜଣେ ଗୁରୁତର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପୋଡ଼ଖମ ଗାଁ ମୁଣ୍ଡ ପିଡବ୍ଲୁଡି ରାସ୍ତା ଉପରେ ବ୍ରିଜ କାମ କରୁଥିବା ବେଳେ ଲାଞ୍ଜିଗଡ ବ୍ଲକ ଭୁର୍ତ୍ତି ପଞ୍ଚାୟତର କୁଟେଲପଦର ଗାଁର ଶିଶୁ ଶ୍ରମିକ ଜିତୁ ମାଝୀ (୧୪) ଓ ଡେକୁଲା ମାଝୀ (୫୫) ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେସିଙ୍ଗା ଠାରୁ ରୁପ୍ରାକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ଉପରେ ଏକ ବ୍ରିଜ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ଠିକାଦାର ୧୦ ଜଣ ଶ୍ରମିକ ନିୟୋଜିତ କରିଛନ୍ତି।ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଶ୍ରମିକ। ସେମାନେ ଲାଞ୍ଜିଗଡ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର କୁଟେଲପଦର ଗାଁର ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେମାନେ ହେଲେ ସମୀର ମାଝୀ(୧୬), ଅଙ୍ଗୁର ମାଝୀ(୧୨), ବସନ୍ତ ମାଝୀ(୧୩), ରାଜେଶ ମାଝୀ(୧୪), ସଞ୍ଜୟ ମାଝୀ(୧୩), ସତୁରାମ ମାଝୀ(୫୫) ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଥିବା ଜିତୁ ମାଝୀ(୧୪) ଓ ଡେକୁଲା ମାଝୀ(୫୫) ପ୍ରତ୍ୟେକ ଦିନ ପରି ରବିବାର ସକାଳେ ୭ ଘଣ୍ଟା ସମୟରେ ଯେତେବେଳେ ପାଣି ସିଂଚନ କରିବା ପାଇଁ ପାଣି ବ୍ୟବହାର କଲେ ସେତେବେଳେ ସେହି ପାଣି ଟାଙ୍କିରୁ ପାଣି ପାସ ହୋଇ ପାରିଲା ନାହିଁ। ଏତିକି ବେଳେ ଜିତୁ ମାଝୀ ପାଣି ଟାଙ୍କି ଉପରକୁ ଚଢ଼ି ଏକ ଲୁହା ରଡ଼ ଦ୍ବାରା ହୋଲରେ ପ୍ରେସର ଦେବାବେଳେ ଗାୟତ୍ରୀ ମିଲକୁ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂପ୍ସର୍ଶରେ ଆସି ଏକ ଝଟକା ମାରିଥିବାରୁ ଜିତୁ ଶତକଡ଼ା ୬୦ ଭାଗ ପୋଡି ଯାଇଥିବା ଜଣା ପଡ଼ିଛି।ଏଥିସହ ସାଙ୍ଗରେ ଥିବା ଡେକୁଲା ମାଝୀଙ୍କୁ ମଧ୍ୟ ଭୀଷଣ ଆଘାତ ଲାଗିଥିଲା। ପରେ ଠିକାଦାରଙ୍କ ନିଜ ଗାଡ଼ି ଦ୍ବାରା କେସିଙ୍ଗା ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠେ ଯେ, ସବୁ ନିୟମ କାନୁନକୁ ବେଖାତିର କରି କିପରି ଠିକା କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି? ଏଥିରେ ବିଭାଗୀୟ ଅଧିକାରୀ ଓ ଠିକାଦାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉଦବେଗ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.