ପୁଣିଥରେ ସ୍ଥିତି ଜାହିର କଲେ ଲାଲ୍ ବାହିନୀ: ଯୁଗସାଇ ପାଟଣାରେ ମାଓ ପୋଷ୍ଟର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ତଥା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇ ପାଟଣାରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଅନେକ ଦିନର ନିରବତା ପରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଜାରି ହୋଇଥିବା ଏହି ପୋଷ୍ଟରରେ ସିଆରପିଏଫ କେମ୍ପକୁ ବିରୋଧ କରିବା, ଯୁବକଙ୍କୁ ପୋଲିସ ଇନଫର୍ମର ବନେଇବା, କଳାହାଣ୍ଡି ଖଣିଜ ସମ୍ପଦକୁ କମ୍ପାନୀ ହାତକୁ ଟେକିଦେବା ଆଦି ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

Udyog Nursery
Udyogi Nursery


ପୋଷ୍ଟର ଓ ବ୍ୟାନରରେ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ଗଛରେ ଲାଗିଥିବା ପୋଷ୍ଟରକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.