ରେଞ୍ଜରଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ୪ ସ୍ଥାନରେ ଚଢାଉ

ନୂଆପଡା: ଖରିଆର ବନାଞ୍ଚଳ ଅଧିକାରୀ (ରେଞ୍ଜର) ସଦାନନ୍ଦ ସୁନାନୀଙ୍କ ଘରେ ଆଜି (ଗୁରୁବାର) ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗ ଏକା ସଙ୍ଗେ ରେଞ୍ଜରଙ୍କ ଖରିଆର ସ୍ଥିତ ସରକାରୀ ବାସଭବନ, ପୈତୃକ ଗ୍ରାମ ନିଲଜୀ, ମାମୁ ଘର ନେହେନା ଓ ରାୟଗଡା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଭିଜିଲାନ୍ସ ମାଲକାନଗିରି ଡିଏସପି ଏସ.କେ. ବିଶ୍ୱାଳଙ୍କ ନେତୃତ୍ୱରେ ନବରଙ୍ଗପୁର ଭିଜିଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଝାରୀଙ୍କ ସହିତ ଏକ ଟିମ ଗଠନ କରି ଏହି ସବୁ ସ୍ଥାନ ମାନଙ୍କରେ ଭିଜାଲାନ୍ସ ଚଢ଼ାଉ କରିଛି। ତେବେ ଖରିଆର ରେଞ୍ଜର ସଦାନନ୍ଦ ସୁନାନୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲେ। ଏହାର ଆଧାରରେ ଭିଜିଲାନ୍ସ ତଦନ୍ତ କରି ଆଜି ଚଢ଼ାଉ କରିଥିବାର ସୂଚନା ମିଳିଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.