ୟୁଏଆଇଏଲରେ ଟିକାକରଣ କେନ୍ଦ୍ର ଉଦ୍‍ଘାଟିତ

ରାୟଗଡ/ କାଶିପୁର : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭର ଅଂଶସ୍ୱରୂପ ଚଳିତ ମାସ ୧୩ ତାରିଖ ଦିନ ଉତ୍କଳ ହସପିଟାଲ ଠାରେ ଏକ ଟିକାକରଣ କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ଉତ୍କଳ କେୟାର ହସପିଟାଲ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ ୟୁଏଆଇଏଲର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରୟାସ ଅଟେ । ପୂର୍ବରୁ ଉତ୍କଳ ହସପିଟାଲକୁ ଏଲ୧ କୋଭିଡ ହସ୍‍ପିଟାଲ ମାନ୍ୟତା ପ୍ରଦାନ କରାଯାଇ ସାରିଛି ଏବଂ ସମ୍ପ୍ରତି ଏହି ଟିକାକରଣ କେନ୍ଦ୍ର ଜରିଆରେ ଟିକାକରଣ ଅଭିଯାନ କ୍ଷେତ୍ରରେ ଅବଦାନ ରଖିବାକୁ ପ୍ରୟାସ କରୁଛି ।

ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସର୍ତ୍ତ ମୁତାବକ ଟିକାକରଣ ପୂର୍ବରୁ ଆରୋଗ୍ୟ ସେତୁ ଆପ୍‍ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଥିବାରୁ ଉତ୍କଳ ହସ୍‍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଏ ସମ୍ପର୍କିତ ସଚେତନତାର ଅଭାବ ଏବଂ ସୁବିଧା ସୁଯୋଗ ନଥିବା ବ୍ୟକ୍ତିମାନଙ୍କର କୋୱିନ୍‍ ଡଟ୍‍ ଗଭ୍‍ ଡଟ୍‍ ଇନ୍‍ରେ ସ୍ୱେଚ୍ଛାକୃତ ପଞ୍ଜିକରଣ କରାଇଥିଲେ । ୟୁଏଆଇଏଲର ସିଏସଆର ବିଭାଗ ମଧ୍ୟ ଟିକାକରଣର ଫାଇଦା ଏବଂ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବା କାର୍ଯ୍ୟ କରୁଛନ୍ତି । ପ୍ରଥମ ଦିବସରେ ନିକଟବର୍ତ୍ତୀ ଗ୍ରାମଗୁଡିକରୁ ୧୦ଜଣ ବ୍ୟକ୍ତିଙ୍କର ଟିକାକରଣ କରାଯାଇଥିଲା ଏବଂ ପରବର୍ତ୍ତୀ ଦିନଗୁଡିକରେ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ଜଣଙ୍କର ଟିକାକରଣ କରାଯାଇସାରିଛି ଯେଉଁଥିରେ ନିକଟବର୍ତ୍ତୀ ଗ୍ରାମଗୁଡିକର ଜନସାଧାରଣ ରହିଛନ୍ତି । ଏଥିସହିତ ଜନସାଧାରଣଙ୍କୁ ଉତ୍କଳ ହସପିଟାଲର ଟିକାକରଣ କେନ୍ଦ୍ରରେ ଉପଲବ୍ଧ ସୁବିଧାସୁଯୋଗ ଏବଂ ଟିକାକରଣର ଫାଇଦା ସମ୍ପର୍କରେ ସଚେତନ କରାଇବାକୁ ମାଇକ ଲାଗିଥିବା ଏକ ଭ୍ରାମ୍ୟମାଣ ଭ୍ୟାନ୍‍ ବ୍ୟବସ୍ଥା କରାଯାଇଛି ।

ଉଦ୍‍ଘାଟନି କାର୍ଯ୍ୟକ୍ରମରେ ଜିଲାର ଜିଲାପାଳ, ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଉତ୍କଳ ହସପିଟାଲର କାର୍ଯ୍ୟକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ । କୋଭିଡ ୧୯ ବିରୁଦ୍ଧରେ ଲଢେଇରେ ୟୁଏଆଇଏଲର ନିରନ୍ତର ପ୍ରଚେଷ୍ଟାକୁ ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ପ୍ରଶଂସା କରିଥିଲେ ଏବଂ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରି ଏହାର ଫାଇଦା ଶେଷସ୍ଥାନରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାକୁ ୟୁଏଆଇଏଲ ପରିଚଳନା କର୍ତ୍ତୃପକ୍ଷଙ୍କୁ କହିଥିଲେ ।


ଏହି ଅବସରରେ ପ୍ରକାଶକରି ୟୁଏଆଇଏଲର ୟୁନିଟ ହେଡ୍‍ ଶ୍ରୀ ମଜହର ବେଗ୍‍ ଏହି ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲା ପ୍ରଶାସନ ସହିତ ସୁସମନ୍ୱୟ ରକ୍ଷା ନିମନ୍ତେ ୟୁଏଆଇଏଲ ପରିଚାଳନା ମଣ୍ଡଳୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଏହି ଟିକାକରଣ ଅଭିଯାନରେ ୟୁଏଆଇଏଲ ଟିମ୍‍ ତ୍ରୁଟିଶୂନ୍ୟ ଏବଂ ଦ୍ରୁତ କାର୍ଯ୍ୟକାରିତା ପ୍ରଦର୍ଶନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସୃଷ୍ଟି ଆଦି କ୍ଷେତ୍ରରେ ପାରିପାର୍ଶ୍ୱିକ ଗ୍ରାମ ଗୁଡିକରେ ତାହାର ସିଏସଆର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ସମସ୍ୟାଗୁଡିକର ସମାଧାନ କ୍ଷେତ୍ରରେ ନିୟୋଜିତ ରହିଛି । ମୋଟ ଉପରେ ଓଡ଼ିଶାରେ ୫୭ଟି ଗ୍ରାମରେ ୩୦ହଜାରରୁ ଅଧିକ ଜନସଂଖ୍ୟା ପାଇଁ ଏହା କାର୍ଯ୍ୟ କରୁଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.