ଟୋକୀ ପରବର ଶୁଭସ୍ଥମ୍ଭ ସ୍ଥାପନ

କୋକସରା,୧୩/୧୧:
ଆଦିବାସୀ ସଂସ୍କୃତିର ମହାନ ପର୍ବ ‘ଟୋକିମରା’ କୁ ନେଇ କୁସୁମଖୁଣ୍ଟି ଗାଁ ଓ ଆଖପାଖ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦିପନା ପ୍ରକାଶ ପାଇଛି । ଏହି ପର୍ବ ଉପଲକ୍ଷେ ଶୁଭ ସ୍ଥମ୍ଭ ସ୍ଥାପନ ହୋଇଛି । ଏହାର ପଞ୍ଚଦିନ ପୂର୍ବରୁ ବାଲିଗଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଏଠାରେ ସୂଚନା ଯୋଗ୍ୟଯେ କୋକସରା ବ୍ଲକ ଅନ୍ତର୍ଗତ ସଂସ୍କୃତି ସଂପର୍ଣ୍ଣ କୁସୁମଖୁଣ୍ଟି ଗାଁରେ ଦୀର୍ଘ ୩୦ ବର୍ଷ ପରେ ଗ୍ରାମର ଜନ ସାଧାରଣ , ଗ୍ରାମ୍ୟ ପୁଝରୀ , ସ୍ଥାନିୟ ସରପଞ୍ଚ ଓ ୭ ଜଣିଆ କମିଟିଙ୍କ ଉଦ୍ୟମ କ୍ରମେ ଆସନ୍ତା ଜାନୁଆରୀ ୧୩ ତାରିଖ ଦିନ ଗ୍ରାମ ଦେବୀଙ୍କ ଧରଣୀ ପୂଜା ଓ ଟୋକୀ ପରବ ଅନୁଷ୍ଠିତ ହେବାକୁ ଯାଉଛି । ଆଦିବାସୀ କନ୍ଧ ସମ୍ପ୍ରଦାୟର ସଂସ୍କୃତି , ପରଂପରାକୁ ବଞ୍ଚେଇ ରଖିବା ସହ ଅଞ୍ଚଳବାସୀଙ୍କ ମନରେ ସଦ୍ ଭାବନା ଓ ଭାତ୍ରୁ ଭାବ ସୃଷ୍ଟି ପାଇଁ ଏହି ପର୍ବ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରନ୍ତି ।
ଟୋକୀ ପର୍ବ ପରଂପରା ଅନୁକ୍ରମେ ବଣ ପାହାଡ଼ ଘେରା ରାମପୁର ଅଞ୍ଚଳରୁ ଯାନୀ ଗୁରୁମାଙ୍କୁ ନିମନ୍ତ୍ରୀ ଆଣି ବାଲି କାଢି ବାଲିଗଜା କରାଯାଇଥିଲା । ଏହାର ପାଞ୍ଚଦିନ ପରେ ଶୁଭାଖମ୍ବ ସ୍ଥାପନ କରାଯାଇ ଗ୍ରାମ ଦେବତୀ ଓ ଧରଣୀ ମାତା ପୂଜା କରାଯାଇ ଥିଲା । ପରେ ପରେ ଟୋକୀର ପ୍ରତିକ ଭାବରେ ଆଣା ଯାଇଥିବା ଗଡରା କୁ ବାଳ କାଟି ମୁନ୍ଦ୍ର ଧରୁଆ ହାତରେ ସମର୍ପି ଗାଁ ଗୌନ୍ତିଆ , ଗଣ୍ଡା ଓ ପୂଜାରୀ ଘର କୁ ପରିକ୍ରମା କରାଈ ଥିଲେ ପରେ ପରେ କଢ଼ା ଯାଇ ଥିବା ବାଲି ଗଜା କୁ ମାଟି ଘରେ ପୂଜା କରାଯାଇ ବିସର୍ଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସବୁ ଅତ୍ୟନ୍ତ ନିଷ୍ଠା ସହକାରେ ପାରଂପାରିକ ବିଧିବିଧାନ ଓ ପୂର୍ବ ଅନୁଶୃତ ଧାରା ଅନୁସାରେ ଗତିଶିଳ ହୋଇଥିଲା । 

ପୂଜା କମିଟି ସଭାପତି ଲକ୍ସମନ ବେହେରା , ସମ୍ପାଦକ ରବିଚନ୍ଦ୍ର ଚଲାନ , ବେଣୁଧର କାଣ୍ଡ , ଘେନୁ ବେହେରା , ବନମାଳୀ ଶବର ଓ ଗ୍ରାମ ବାସୀମାନେ ସହଯୋଗ କରିଥିଲେ । ଏହି ପର୍ବ ଶାନ୍ତି ଶୃଙ୍ଖଳା ଓ ଭାତୃ ଭାବ ମଧ୍ୟରେ ସମାପନ ହେବାକୁ ପୂଜା କମିଟି ଓ ଗ୍ରାମବାସୀ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.